ପାତାଳି ଶ୍ରୀକ୍ଷେତ୍ର ରୁ ଶ୍ରୀକ୍ଷେତ୍ର ତୁଳସୀ ରଥ, ହରଭଙ୍ଗା ବ୍ଲକରେ ରଥକୁ ଭବ୍ୟ ସମ୍ବର୍ଦ୍ଧନା

0
318

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୧୪/୧୧) : ଜଗତର ନାଥ ଶ୍ରୀକ୍ଷେତ୍ର ବାସି ଶ୍ରୀ ଜଗନ୍ନାଥ ଙ୍କ ନାଗାର୍ଜୁନ ବେଶ ପାଇଁ ବହୁ ପୁରାତନ ପାତାଳି ଶ୍ରୀକ୍ଷେତ୍ର ସୋନପୁର ଜିଲ୍ଲା ରୁ ପୁଷ୍ପ ଓ ତୁଳସୀ ରଥ ଆଜି ଶ୍ରୀକ୍ଷେତ୍ର ଅଭିମୁଖେ |

ଏହି ରଥ ସୋନପୁର ଜିଲ୍ଲା ପାତାଳି ଶ୍ରୀକ୍ଷେତ୍ର ଠାରୁ ଆଜି ସକାଳ ଠାରୁ ବାହାରି ସୋନପୁର ର ବହୁ ମନ୍ଦିର ପରିକ୍ରମା କରି ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ବାଉଁସୁଣୀ, ଜହ୍ନlପଙ୍ଗ, ବୌଦ୍ଧ ଦେଇ ହରଭଙ୍ଗା ବ୍ଲକରେ ପହଁଚିଥିଲା | ହରଭଙ୍ଗା ବ୍ଲକର ସରସରା ଠାରେ ପୁରୁଣାକଟକ, ଚାରିଛକ, ମାଧପୁର ଦେଇ ଖୋର୍ଦ୍ଧା, ପରେ ପୁରିଧାମରେ ସନ୍ଧ୍ୟା ୭ଟାରେ ପହଁଚିବାର ସମୟ ସୀମା ଧାର୍ଯ୍ୟ କରାଯାଇଛି | ରଥକୁ ହରଭଙ୍ଗା ବ୍ଲକର ପୁରୁଣା କଟକ ଭୈରବୀ ମହାବିଦ୍ୟାଳୟ ଠାରେ ଶ୍ରଦ୍ଧାଳୁ ଜଗନ୍ନାଥ ପ୍ରେମୀ ଭକ୍ତ, ମାନେ ନାମ ସଂକୀର୍ତନ, ଧୂପ ଦୀପ ଜାଳି ଭବ୍ୟ  ସ୍ୱାଗତ କରିଥିଲେ |8e603a7a 4ece 45f2 9dc2 1000a4838f42 ପାତାଳି ଶ୍ରୀକ୍ଷେତ୍ର ରୁ ଶ୍ରୀକ୍ଷେତ୍ର ତୁଳସୀ ରଥ, ହରଭଙ୍ଗା ବ୍ଲକରେ ରଥକୁ ଭବ୍ୟ ସମ୍ବର୍ଦ୍ଧନା

କଲେଜ ଠାରୁ ରଥକୁ ଭୈରବୀ ମନ୍ଦିର ପର୍ଯ୍ୟନ୍ତ ଭକ୍ତ ମାନେ ଫୁଲ ଓ ତୁଳସୀ ଧଣ୍ଡା, ତୁଳସୀ ପତ୍ର ମହାପ୍ରଭୁ ଙ୍କ ନାଗାର୍ଜୁନ ବେଶ ପାଇଁ ମହା ଶ୍ରଦ୍ଧାରେ ଅର୍ପଣ କରିଥିଲେ |

ଏହି ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମରେ ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ ମହୋତ୍ସବ କମିଟି, ତୁଳସୀ ରଥ ସ୍ୱାଗତ କମିଟିର ସଂଯୋଜକ ଭାଗବତ ମେହେର ଓ ଅଂଚଳର ଜଗନ୍ନାଥ ପ୍ରେମି ଭକ୍ତ ମାନେ ଯୋଗ ଦେଇଥିଲେ |