ଜେ.ଏସ.ଏସ. ତରଫରୁ କୋଭିଡ଼ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
191

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୧୭/୦୭) : ଆଜି ଜନ ଶିକ୍ଷଣ ସଂସ୍ଥାନ (ଜେ.ଏସ.ଏସ) ତରଫରୁ ଢେଙ୍କାନାଳର ସଦର ବ୍ଲକ ଅନ୍ତର୍ଗତ ଧୀର ପାଟଣା ଗ୍ରାମପଞ୍ଚାୟତ ପ୍ରାଙ୍ଗଣରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2021 07 18 at 9.34.23 AM ଜେ.ଏସ.ଏସ. ତରଫରୁ କୋଭିଡ଼ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପ୍ରଥମେ ଜନ ଶିକ୍ଷଣ ସଂସ୍ଥାନ (ଜେ.ଏସ.ଏସ) ର ନିର୍ଦେଶକ ଶ୍ରୀଯୁକ୍ତ ମାନସ ରଞ୍ଜନ ଦାଶ, ସରପଞ୍ଚ ବିସ୍ମିତା ବେହେରା ଓ ସମିତି ସଭ୍ୟ ଶ୍ରୀ ପ୍ରଦୀପ କୁମାର ରାଉତ ଙ୍କ ଦ୍ଵାରା ଦ୍ୱୀପ ପ୍ରଜ୍ବଳନ କରାଯାଇଥିଲା । ଏହି ସଚେତନ କାର୍ଯ୍ୟକ୍ରମରେ ୫୨ ଜଣ ପ୍ରଶିକ୍ଷାର୍ଥୀ ଓ ୨ ଜଣ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । କୋଭିଡ଼ ର ୨ୟ ଓ ୩ୟ ଲହରୀ ବିଷୟରେ ଶିକ୍ଷାର୍ଥୀ ଙ୍କ ମଧ୍ୟରେ ସଚେତନତା ବାର୍ତା ପ୍ରଦାନ କରାଯାଇଥିଲା ।

ଏହି କୋରନା ମହାମାରି କୁ ଏଡ଼ାଇବା ପାଇଁ କି କି ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ସେ ବିଷୟରେ ପ୍ରଶିକ୍ଷାର୍ଥୀ ମାନଙ୍କୁ ସୂଚନା ଦିଆ ଯାଇଥିଲା ।