ରାଜ୍ୟରେ କମୁନି ଦୈନିକ କରୋନା ସଂକ୍ରମଣ : ମୃତ୍ୟୁ ସଂଖ୍ୟା ୪୯୯୨କୁ ବୃଦ୍ଧି

0
162

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୧୭/୦୭) : ରାଜ୍ୟରେ କମୁନି ଦୈନିକ କରୋନା ସଂକ୍ରମଣ | ଦୈନିକ କରୋନା ସଂକ୍ରମଣ ଦୁଇ ହଜାର ତଳକୁ ଖସୁ ନାହିଁ । ଗତ ୨୪ ଘଣ୍ଟାରେ ୨୧୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ୧୨୫୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲାବେଳେ ବାକି ୯୨୪ଟି ହେଉଛି ଲୋକାଲ୍ କେସ୍‌ । ସେହିପରି କରୋନାରେ ଆଉ ୬୭ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୯୯୨କୁ ବୃଦ୍ଧି ପାଇଛି । ରାଜ୍ୟରେ କମୁନି ଦୈନିକ କରୋନା ସଂକ୍ରମଣ |

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୦ ଜଣ ଥିବା ବେଳେ କଟକ ରୁ ୩୦୮, ଯାଜପୁର ରୁ ୧୭୫, ବାଲେଶ୍ୱର ରୁ ୧୬୧, ପୁରୀ ରୁ ୯୪, ମୟୂରଭଞ୍ଜ ରୁ ୯୨,ଅନୁଗୋଳ ରୁ ୮୯,ବରଗଡ଼ ରୁ ୧୫, ଭଦ୍ରକ ରୁ ୭୬, ବଲାଙ୍ଗିର ରୁ ୪, ବୌଦ୍ଧ ରୁ ୬, ଦେବଗଡ଼ ରୁ ଜଣେ, ଢେଙ୍କାନାଳ ରୁ ୭୦, ଗଜପତି ରୁ ୪, ଗଞ୍ଜାମ ରୁ ୩, ଜଗତସିଂହପୁର ରୁ ୮୭, ଝାରସୁଗୁଡ଼ା ରୁ ୯, କଳାହାଣ୍ଡି ରୁ ୧୩, କନ୍ଧମାଳ ରୁ ୧୪, କେନ୍ଦ୍ରାପଡ଼ା ରୁ ୫୫, କେନ୍ଦୁଝର ରୁ ୪୪, କୋରାପୁଟ ରୁ ୨୮, ମାଲକାନଗିରି ରୁ ୨୫, ନବରଙ୍ଗପୁର ରୁ ୧୬, ନୟାଗଡ଼ ରୁ ୭୫, ନୂଆପଡ଼ା ରୁ ୨, ରାୟଗଡ଼ା ରୁ ୨୨, ସମ୍ବଲପୁର ରୁ ୨୪, ସୋନପୁର ରୁ ୧୩, ସୁନ୍ଦରଗଡ଼ ରୁ ୫୪ ଓ ଷ୍ଟେଟ୍‌ ପୁଲ୍‌ରୁ ୯୩ ଜଣ ଚିହ୍ନଟ ହୋଇଛନ୍ତି ।

୨୧୮୨ଟି ନୂଆ କେସ୍ ଆସିବା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୨ ହଜାର ୧୧୧ରେ ପହଞ୍ଚି ଯାଇଛି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୨୫ ହଜାର ୫୨୬ ଜଣ ସୁସ୍ଥ ହୋଇସାରିଛନ୍ତି । ୨୧ ହଜାର ୫୪୦ ଜଣ ଚିକିତ୍ସାଧୀନ ଅଛନ୍ତି ।

୬୭ କରୋନା ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫, ଗଞ୍ଜାମରୁ ୮,ସୁନ୍ଦରଗଡ଼ରୁ ୭, ମୟୂରଭଞ୍ଜ ଓ ପୁରୀରୁ ୬, ବରଗଡ଼ରୁ ୪, ନୟାଗଡ଼ରୁ ୩ ଏବଂ ଅନୁଗୋଳ, ଭଦ୍ରକ, ବୌଦ୍ଧ, ଗଜପତି, ଜଗତସିଂହପୁର, ଯାଜପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୭୪କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳରେ ୧୯୮, ବରଗଡ଼ରେ ୨୩୮, ଭଦ୍ରକରେ ୫୭, ବୌଦ୍ଧରେ ୯୧, ଗଜପତିରେ ୭୭, ଗଞ୍ଜାମରେ ୪୦୮, ଜଗତସିଂହପୁରରେ ୮୬, ଯାଜପୁରରେ ୫୭, କଳାହାଣ୍ଡିରେ ୧୯୨, କନ୍ଧମାଳରେ ୬୦, ମୟୂରଭଞ୍ଜରେ ୧୭୮, ନୟାଗଡ଼ରେ ୧୩୬, ପୁରୀରେ ୩୦୨ ଓ ସୁନ୍ଦରଗଡ଼ରେ ୪୩୪କୁ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ, ଲଗାତାର ୪ ଦିନ ହେଲାଣି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୨ ହଜାର ଉପରେ ରହୁଛି । ଜୁଲାଇ ୧୧ ଓ ୧୨ ତାରିଖରେ ଏହି ସଂଖ୍ୟା ୨ ହଜାରରୁ ସାମାନ୍ୟ କମ୍ ରହିଥିଲା ।