ଅର୍ଥ ଅଭାବରୁ ଦେଢ଼ ବର୍ଷ ଧରି ଶଯ୍ୟାଶାୟୀ ଯୁବକ ଙ୍କ ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

0
255

ରିପୋର୍ଟ : ସୁନୀଲ ଆଚାର୍ଯ୍ୟ
ବଲାଙ୍ଗୀର,ଟିଟିଲାଗଡ, ତା(୧୮/୦୭) : ଏକ ବାଇକ ଦୁର୍ଘଟଣା ଘଟି ହାତ,ଗୋଡ଼ ନୁହେଁ ବେକ ର ହାଡ଼ ଭାଙ୍ଗି ଯିବାରୁ ଅର୍ଥ ଅଭାବରୁ ଦେଢ଼ ବର୍ଷ ହେବ ଶଯ୍ୟାଶାୟୀ ହୋଇ ଖଟିଆ ରେ ପଡି ରହି ଅକଥନୀୟ ଦୁର୍ଦ୍ଦଶା ର ଶିକାର ହେବା ସହ ପରିବାର ଏବେ ଅସହାୟ ଅବସ୍ଥାରେ ସହାୟତା କୁ ଚାହିଁ ରହିଛନ୍ତି ।

ରବି ରତେଇ ନାମକ ଟିଟିଲାଗଡ ୧୪ ନମ୍ବର ୱାର୍ଡ ର ହାଟପଦା ପଡା ନିଵାସୀ ଜଣେ ୨୦ ବର୍ଷୀୟ ଯୁବକ ଦେଢ଼ ବର୍ଷ ତଳେ ଏକ ବିବାହ ଘର ନିଜ ସାଙ୍ଗ ସହ ମିଶି ବାଇକ ରେ ଯିବା ବେଳେ ଦୁର୍ଘଟଣା ଗ୍ରସ୍ଥ ହୋଇଥିଲେ । ଉକ୍ତ ଦୁର୍ଘଟଣା ରେ ଦୁର୍ଭାଗ୍ୟ ବଶତଃ ତାଙ୍କ ବେକ ର ହାଡ଼ ଭାଙ୍ଗି ଯାଇଥିଲା, ଫଳରେ ସେ ଚଲା, ବୁଲା ଅବା ନିଜ କାମ କରି ନ ପାରି ବର୍ତ୍ତମାନ ସୁଦ୍ଧା ଶଯ୍ୟାଶାୟୀ ହୋଇ ପଡିରହିଛନ୍ତି । ତାଙ୍କ ପିତା ଦିନ ମଜୁରିଆ କାମ କରି ପରିବାର ଚଳାଉଥିବା ବେଳେ ଆର୍ଥିକ ଅବସ୍ଥା ଶୋଚନୀୟ ରହିଛି । ଅର୍ଥ ଅଭାବରୁ ତାଙ୍କ ଅସ୍ତ୍ରୋପଚାର ହୋଇପାରୁନି ।

ଡ଼ାକ୍ତର ଙ୍କ କହିବା ଅନୁଯାୟୀ ସରକାରୀ ଭାବେ ତାଙ୍କ ଅସ୍ତ୍ରୋପଚାର ପାଇଁ କଟକ ରେ ସୁବିଧା ନ ଥିବାରୁ ତାଙ୍କୁ ଅନ୍ୟତ୍ର ନେଇ ଅବା ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାର ଆବଶ୍ୟକ । ଭୁବନେଶ୍ୱର ଏମ୍ସ ରେ ଏହା ବିପଦଶଙ୍କୁଳ ହୋଇଥିବା ଯୋଗୁଁ ଦିଲ୍ଲୀ ଏମ୍ସ କୁ ଯିବାକୁ ପରାମର୍ଶ ଦେଇଛନ୍ତି । ହେଲେ ଏଥିପାଇଁ ଅର୍ଥ ର ଆବଶ୍ୟକତା ରହିଛି, ଯାହା ତାଙ୍କ ପକ୍ଷେ ସମ୍ଭବ ନୁହେଁ ।

ଏ ନେଇ ବଲାଙ୍ଗୀର ଜିଲ୍ଲାପାଳ ଙ୍କୁ ଆବେଦନ କରିଥିବା ବେଳେ ସେ ଚିକିତ୍ସା କରି ଫେରିଲେ ସମସ୍ତ ବିଲ,ଭାଉଚର ଦାଖଲ କଲେ ଟଙ୍କା ପ୍ରଦାନ କରିବେ ବୋଲି କହିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଶଯ୍ୟାଶାୟୀ ରବି ଙ୍କ ର ଯଦି ଅସ୍ତ୍ରୋପଚାର ନ ହୁଏ ଓ ଅଧିକ ବିଳମ୍ବ ହୁଏ ତେବେ ସାରା ଜୀବନ ଅକର୍ମନୀୟ ହୋଇଯିବେ ।

ଏ ନେଇ ସରକାରୀ ଭାବେ ଯଥାଶୀଘ୍ର ଚିକିତ୍ସା ସହାୟତା ଯୋଗାଇଦେବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଥିବା ବେଳେ ପ୍ରଶାସନ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବୀ ହେଉଛି ।