ମୂଖ୍ୟ ଶାସନ ସଚିବଙ୍କ ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକ ଗସ୍ତ

0
264
ମୂଖ୍ୟ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୭/୪) : ଓଡିଶା ସରକାରଙ୍କ ମୂଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଗତକାଲି କୋରାପୁଟ ଜିଲ୍ଲା ଗସ୍ତ ର ଦ୍ଵିତୀୟ ଦିବସରେ ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକ ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମୀକ୍ଷା କରିଥିବା ଜଣାପଡିଛି ।

ମୂଖ୍ୟ ଶାସନ ସଚିବ ଆଲମଣ୍ଡା ପୋଲ ପରିଦର୍ଶନ କରିବା ସହ ଶ୍ରୀ ମହାପାତ୍ର ନୀଳାବାଡି 5T ଏସ୍.ଏସ୍.ଡି.ବାଳିକା ବିଦ୍ୟାଳୟ, ମିଶନ ଶକ୍ତି କେଫ ପରିଦର୍ଶନ କରିବା ସହ କିଛି ସ୍ୱୟଂ ସହାୟକ ସମୁହ ର ସଭ୍ୟ ମାନଙ୍କ ସହ ଆଲୋଚନା କରିଥିବା ଦେଖାଯାଇଛି । କାଟ୍ରାଗଡା ସ୍ଥିତ ଲେମନ୍ ଗ୍ରାସ୍ ପ୍ରକ୍ରିୟା କରଣ ଏକାଂଶ ତଥା ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ ।

ଦଣ୍ଡାବାଡି ଠାରେ ଲେମନ୍ ଗ୍ରାସ୍ ପ୍ରକ୍ରିୟା କରଣ ଏକାଂଶ ପରିଦର୍ଶନ କରି ନାରାୟଣ ପାଟଣା ବ୍ଲକ ର ଉତ୍ପାଦନ କାରୀ ମାନଙ୍କ ସହ ଆଲୋଚନା କରିଥିବା ଜଣାପଡିଛି ।