ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୧/୧) : ରାୟଗଡ଼ା ଜିଲ୍ଲାର କଳା ଓ ସଂସ୍କୃତିର ମହାକୁମ୍ଭ ‘ଚଇତି ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା-୨୦୨୨’ପାଳନ ଉପଲକ୍ଷେ ଗତ ୮ ତାରିଖ ଠାରୁ ଆରମ୍ଭ ହୋଇଥିବା ଚଇତି କ୍ରୀଡା ମହୋତ୍ସବର ଚତୁର୍ଥ ଦିନରେ ଗଣଦୈାଡ ତଥା ମିନି ମାରାଥନ୍ ଅନୁଷ୍ଠିତ ହୋଇଯାଇଛି ।
କଳା ଓ ସଂସ୍କୃତିର ମହାକୁମ୍ଭ ‘ଚଇତି ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା-୨୦୨୨’ପାଳନ ଉପଲକ୍ଷେ ୩୨୬ ନମ୍ବର ଜାତୀୟ ରାଜପଥର ସ୍ଥାନୀୟ ରିଲାଏନ୍ସ ପେଟ୍ରୋଲ ପମ୍ପ ସମ୍ମୁଖରୁ ଆରମ୍ଭ ହୋଇ ଦୀର୍ଘ ୧୦ କିଲୋମିଟର ଦୂରତାରେ ଥିବା ହାଲୁଆ ତୋଟା ପର୍ଯ୍ୟନ୍ତ ପୁରୁଷ ଓ ମହିଳା ବର୍ଗରେ ଏହି ମିନି ମାରାଥନ୍ ଦୈାଡ ପ୍ରତିଯୋଗିତା ହୋଇଥିଲା । ଏଥିରେ ଚଇତି ଉତ୍ସବ କମିଟି ଅଧ୍ୟକ୍ଷ ତଥା ଜିଲ୍ଲାପାଳ ସ୍ୱଧାଦେବ ସିଂ ଏବଂ ଚଇତି କ୍ରୀଡା ମହୋତ୍ସବ ଅଧ୍ୟକ୍ଷ ତଥା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆଜି ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି, ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ୍ ଅଲିନୁର, ଡିଏସପି ସୁଶାନ୍ତ ତାଉଡିଆ, ଏସଡିପିଓ ଦିବ୍ୟଜ୍ୟୋତି ଦାସ, ଆଇଆଇସି ରଶ୍ମିରଂଜନ ପ୍ରଧାନଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ ।
ମନ୍ତ୍ରୀ ଶ୍ରୀ ସାରକା ସବୁଜ ପତାକା ଦେଖାଇ ମିନି ମାରାଥନ୍ ପ୍ରତିଯୋଗିତାର ଶୁଭାରମ୍ଭ କରି ଜିଲ୍ଲାର କଳା ଓ ସଂସ୍କୃତିକୁ ଉଦଜୀବିତ କରି ରଖିବାରେ ଚଇତି ଭଳି ଗଣପର୍ବ ମହୋତ୍ସବକୁ ଜିଲ୍ଲା ପ୍ରଶାସନ ଜିଲ୍ଲାବାସୀଙ୍କ ସମର୍ଥନରେ ସୁନ୍ଦର ଭାବେ ଆୟୋଜନ କରୁଥିବାରୁ ପ୍ରଶାସନର ଏପରି ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହି ମିନି ମାରାଥନରେ ଜିଲ୍ଲା ର ବିଭିନ୍ନ ବ୍ଳକରୁ ବହୁ ପ୍ରତିଯୋଗୀ ଏବଂ ସଂଗଠନର ସଦସ୍ୟମାନେ ଅଂଶଗ୍ରହଣ କରିଛନ୍ତି ।
ଏମାନଙ୍କ ମଧ୍ୟରେ ଚଇତିକୁ ନେଇ ଭାଇଚାର ସହ ଏକ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି ବୋଲି ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିଛନ୍ତି । ସେହିପରି ଜିଲ୍ଲାପାଳ ସ୍ୱଧାଦେବ ସିଂ ଚଇତିରେ କଳାକାର ଓ ଖେଳାଳୀଙ୍କ ସମେତ ସମସ୍ତ ବର୍ଗର ବ୍ୟକ୍ତିବିଶେଷ ତଥା ଗୋଷ୍ଠୀଙ୍କୁ ସାମିଲ କରାଯାଇ ମହୋତ୍ସବକୁ ପାଳନ କରାଯାଉଛି ତେଣୁ ଜିଲ୍ଲାବାସୀ ନିଜର ଏହି ଲୋକ ମହୋତ୍ସବକୁ ଆନନ୍ଦରେ ଉପଭୋଗ କରିବା ପାଇଁ ନିବେଦନ କରିଥିଲେ ।
ଜିଲ୍ଲା ଏସ.ପି.ଶ୍ରୀ ଶର୍ମା କ୍ରୀଡା ମହୋତ୍ସବରେ ସମସ୍ତେ ସାମିଲ ହୋଇ ସ୍ୱାସ୍ଥ୍ୟ ହିଁ ସମ୍ପଦ ର ଏକ ମୂଲ୍ୟବାନ ବାର୍ତ୍ତା ନେଇ ଚଇତି ମହୋତ୍ସବ ସହ ସିଧାସଳଖ ଭାବେ ଯୋଡି ହେଉଛନ୍ତି ବୋଲି କହିଥିଲେ । ଏହି ମିନି ମାରାଥନ ଦୈାଡ ପ୍ରତିଯୋଗିତାରେ ପୁରୁଷ ବର୍ଗରେ ବିଷମକଟକ ବ୍ଳକର ଇଶ୍ୱରୀ ହିକକା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମହିଳା ବର୍ଗରେ ରାୟଗଡ଼ା ମହିଳା ମହାବିଦ୍ୟାଳୟ ର ଛାତ୍ରୀ ବିଦ୍ୟୁତ୍ ପ୍ରଭା ତୁରୁକ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିପରି ଉଭୟ ବର୍ଗରେ ପ୍ରଥମରୁ ଦଶମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀଙ୍କୁ ଘୋଷଣା ହୋଇଥିବା ପୁରସ୍କାର ଅର୍ଥରାଶି ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି ମିନି ମାରାଥନ୍ ଦୈାଡରେ ଜିଲ୍ଳାପାଳ ସ୍ୱଧାଦେବ ସିଂ ମଧ୍ୟ ସାମିଲ ହୋଇ ଦୀର୍ଘ ୧୦କିମି ପର୍ଯ୍ୟନ୍ତ ଦୈାଡି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ।