ହକି ବିଶ୍ଵକପ ପାଇଁ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
109
ହକି ବିଶ୍ଵକପ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୧/୦୧) : ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣା କଟକ ରେ ହକି ବିଶ୍ଵକପ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 01 11 at 19.23.24 1 ହକି ବିଶ୍ଵକପ ପାଇଁ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ହକି ବିଶ୍ଵକପ ପାଇଁ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହକି ସଚେତନତା ସୃଷ୍ଟି କରିବା ପାଇଁ ଏକ ସଚେତନତା ସଭା ମହାବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣିଆଙ୍କ ସଭାପତିତ୍ୱ ରେ ଏକ ସଚେତନତା ସଭା ଅନଷ୍ଠିତ ହୋଇଯାଇଛି । ପରବର୍ତ୍ତୀ ସମୟରେ ଏକ ସଚେତନତା ଶୋଭାଯାତ୍ରା ପୁରୁଣା କଟକ ବଜାର, ଅଠର ନଳା, ବଡ ବନ୍ଧ, ମଣିପୁର ଗ୍ରାମ ପରିକ୍ରମା କରିଥିଲା । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରଙ୍ଗୋଲି, ଚିତ୍ରାଙ୍କନ, କୁଇଜ୍, ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ ଗୁଡିକରେ ମହାବିଦ୍ୟାଳୟ ର ଅଧ୍ୟାପକ ଲଲିତ କୁମାର ମେହେର, ଡ଼ ପ୍ରମୋଦ କୁମାର ମହାପାତ୍ର, ସୁଷମା ରାଣୀ ବହିଦାର, ରଞ୍ଜିତ କୁମାର ସାମଲ, ସୁରେଶ୍ଵର ଯୋଶୀ ଅଧ୍ୟାପିକା ଡଲି ବେହେରା, ଶୂଭ୍ରା ମଲ୍ଲିକା ପ୍ରଧାନ, ପୂଜା ରାଣୀ ଦେଓ, ପିତବାସ ମେହେର ପ୍ରମୁଖ ବିଚାରକ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମହାବିଦ୍ୟାଳୟ ରେ ହକି ବିଶ୍ଵକପ ଉଦଘାଟନ ସମାରୋହ ଓ ହକି ମ୍ୟାଚ୍ ଗୁଡ଼ିକ ସିଧା ପ୍ରସାରଣ ପାଇଁ ଏକ LED TV ଲାଗିବା ସହିତ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ ଗୁଡିକରେ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।