କଳା ଓ ସଂସ୍କୃତି ର ମହାକୁମ୍ଭ ‘ଚଇତି ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା-୨୦୨୨’ପାଳନ

0
163
କଳା ଓ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୧/୧) : ରାୟଗଡ଼ା ଜିଲ୍ଲାର କଳା ଓ ସଂସ୍କୃତିର ମହାକୁମ୍ଭ ‘ଚଇତି ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା-୨୦୨୨’ପାଳନ ଉପଲକ୍ଷେ ଗତ ୮ ତାରିଖ ଠାରୁ ଆରମ୍ଭ ହୋଇଥିବା ଚଇତି କ୍ରୀଡା ମହୋତ୍ସବର ଚତୁର୍ଥ ଦିନରେ ଗଣଦୈାଡ ତଥା ମିନି ମାରାଥନ୍ ଅନୁଷ୍ଠିତ ହୋଇଯାଇଛି ।

କଳା ଓ ସଂସ୍କୃତିର ମହାକୁମ୍ଭ ‘ଚଇତି ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା-୨୦୨୨’ପାଳନ ଉପଲକ୍ଷେ ୩୨୬ ନମ୍ବର ଜାତୀୟ ରାଜପଥର ସ୍ଥାନୀୟ ରିଲାଏନ୍ସ ପେଟ୍ରୋଲ ପମ୍ପ ସମ୍ମୁଖରୁ ଆରମ୍ଭ ହୋଇ ଦୀର୍ଘ ୧୦ କିଲୋମିଟର ଦୂରତାରେ ଥିବା ହାଲୁଆ ତୋଟା ପର୍ଯ୍ୟନ୍ତ ପୁରୁଷ ଓ ମହିଳା ବର୍ଗରେ ଏହି ମିନି ମାରାଥନ୍ ଦୈାଡ ପ୍ରତିଯୋଗିତା ହୋଇଥିଲା । ଏଥିରେ ଚଇତି ଉତ୍ସବ କମିଟି ଅଧ୍ୟକ୍ଷ ତଥା ଜିଲ୍ଲାପାଳ ସ୍ୱଧାଦେବ ସିଂ ଏବଂ ଚଇତି କ୍ରୀଡା ମହୋତ୍ସବ ଅଧ୍ୟକ୍ଷ ତଥା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆଜି ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି, ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ୍ ଅଲିନୁର, ଡିଏସପି ସୁଶାନ୍ତ ତାଉଡିଆ, ଏସଡିପିଓ ଦିବ୍ୟଜ୍ୟୋତି ଦାସ, ଆଇଆଇସି ରଶ୍ମିରଂଜନ ପ୍ରଧାନଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ ।WhatsApp Image 2023 01 11 at 20.21.21 କଳା ଓ ସଂସ୍କୃତି ର ମହାକୁମ୍ଭ ‘ଚଇତି ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା-୨୦୨୨’ପାଳନ

ମନ୍ତ୍ରୀ ଶ୍ରୀ ସାରକା ସବୁଜ ପତାକା ଦେଖାଇ ମିନି ମାରାଥନ୍ ପ୍ରତିଯୋଗିତାର ଶୁଭାରମ୍ଭ କରି ଜିଲ୍ଲାର କଳା ଓ ସଂସ୍କୃତିକୁ ଉଦଜୀବିତ କରି ରଖିବାରେ ଚଇତି ଭଳି ଗଣପର୍ବ ମହୋତ୍ସବକୁ ଜିଲ୍ଲା ପ୍ରଶାସନ ଜିଲ୍ଲାବାସୀଙ୍କ ସମର୍ଥନରେ ସୁନ୍ଦର ଭାବେ ଆୟୋଜନ କରୁଥିବାରୁ ପ୍ରଶାସନର ଏପରି ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହି ମିନି ମାରାଥନରେ ଜିଲ୍ଲା ର ବିଭିନ୍ନ ବ୍ଳକରୁ ବହୁ ପ୍ରତିଯୋଗୀ ଏବଂ ସଂଗଠନର ସଦସ୍ୟମାନେ ଅଂଶଗ୍ରହଣ କରିଛନ୍ତି ।

ଏମାନଙ୍କ ମଧ୍ୟରେ ଚଇତିକୁ ନେଇ ଭାଇଚାର ସହ ଏକ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି ବୋଲି ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିଛନ୍ତି । ସେହିପରି ଜିଲ୍ଲାପାଳ ସ୍ୱଧାଦେବ ସିଂ ଚଇତିରେ କଳାକାର ଓ ଖେଳାଳୀଙ୍କ ସମେତ ସମସ୍ତ ବର୍ଗର ବ୍ୟକ୍ତିବିଶେଷ ତଥା ଗୋଷ୍ଠୀଙ୍କୁ ସାମିଲ କରାଯାଇ ମହୋତ୍ସବକୁ ପାଳନ କରାଯାଉଛି ତେଣୁ ଜିଲ୍ଲାବାସୀ ନିଜର ଏହି ଲୋକ ମହୋତ୍ସବକୁ ଆନନ୍ଦରେ ଉପଭୋଗ କରିବା ପାଇଁ ନିବେଦନ କରିଥିଲେ ।

ଜିଲ୍ଲା ଏସ.ପି.ଶ୍ରୀ ଶର୍ମା କ୍ରୀଡା ମହୋତ୍ସବରେ ସମସ୍ତେ ସାମିଲ ହୋଇ ସ୍ୱାସ୍ଥ୍ୟ ହିଁ ସମ୍ପଦ ର ଏକ ମୂଲ୍ୟବାନ ବାର୍ତ୍ତା ନେଇ ଚଇତି ମହୋତ୍ସବ ସହ ସିଧାସଳଖ ଭାବେ ଯୋଡି ହେଉଛନ୍ତି ବୋଲି କହିଥିଲେ । ଏହି ମିନି ମାରାଥନ ଦୈାଡ ପ୍ରତିଯୋଗିତାରେ ପୁରୁଷ ବର୍ଗରେ ବିଷମକଟକ ବ୍ଳକର ଇଶ୍ୱରୀ ହିକକା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମହିଳା ବର୍ଗରେ ରାୟଗଡ଼ା ମହିଳା ମହାବିଦ୍ୟାଳୟ ର ଛାତ୍ରୀ ବିଦ୍ୟୁତ୍ ପ୍ରଭା ତୁରୁକ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିପରି ଉଭୟ ବର୍ଗରେ ପ୍ରଥମରୁ ଦଶମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀଙ୍କୁ ଘୋଷଣା ହୋଇଥିବା ପୁରସ୍କାର ଅର୍ଥରାଶି ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି ମିନି ମାରାଥନ୍ ଦୈାଡରେ ଜିଲ୍ଳାପାଳ ସ୍ୱଧାଦେବ ସିଂ ମଧ୍ୟ ସାମିଲ ହୋଇ ଦୀର୍ଘ ୧୦କିମି ପର୍ଯ୍ୟନ୍ତ ଦୈାଡି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ।