ବନବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ପ୍ରତିକାର ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ସମ୍ବନ୍ଧୀୟ ସଚେତନ

0
357
ବନବିଭାଗ ପକ୍ଷରୁ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୯/୪) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ମାଝିଗୁଡ଼ା ସପ୍ତାହିକ ହାଟ ଠାରେ କଲ୍ୟାଣସିଂହପୁର ବନବିଭାଗ ପକ୍ଷରୁ ରେଞ୍ଜର ଚନ୍ଦନ ଗୋମଙ୍ଗ ଙ୍କ ତତ୍ତ୍ଵାବଧାନରେ ଜଙ୍ଗଲର ନିଆଁ ପ୍ରତିକାର ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ସମ୍ବନ୍ଧୀୟ ସଚେତନ ପଥପ୍ରାନ୍ତ ନାଟକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବନବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ପ୍ରତିକାର ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା କାର୍ଯ୍ୟକ୍ରମର ପ୍ରଥମେ ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ସଂଘ ର ଉପ ସଭାପତି ସନ୍ତୋଷ କୁମାର ବଛା ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ମଞ୍ଚରେ ନିମନ୍ତ୍ରଣ କରିଥିଲେ ଏବଂ ଏହା ପରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଟି ଆରମ୍ଭ ହୋଇଥିଲା । ଉପସ୍ଥିତ ଅତିଥି ମାନେ ନିଜ ନିଜର ଅଭିଭାଷଣ ରଖିଥିଲେ ଏବଂ ଏହାପରେ ଦେବଗିରି କଳା ପରିଷଦର କଳାକାର ମାନେ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ । ଏଥିରେ ଜଙ୍ଗଲରେ ନିଆଁ ନ ଲଗେଇବା ଏବଂ ନିଆଁ ଲଗେଇବା ଦ୍ଵାରା ପରିବେଶ ଓ ମଣିଷ ସମାଜ ପ୍ରତି କିପରି କ୍ଷତି ସହିବାକୁ ପଡ଼ିବ ଏ ବିଷୟରେ କଳାକାର ମାନେ ନାଟକ ମାଧ୍ୟମରେ ପରିବେଷଣ କରିଥିଲେ । ଏହି ସମୟରେ ମୁଖ୍ୟ ଅତିଥି ଭାବେ ପ୍ରାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡକ୍ଟର ଚିନ୍ମୟ ସାହୁ, ମୁଖ୍ୟ ଭକ୍ତା ଭାବେ ସହକାରୀ ଶିକ୍ଷକ ଶ୍ରୀଧର ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ଓ ଜିଲ୍ଲା ପରିଷଦ ପ୍ରତିନିଧି ସମାଜସେବୀ ଜି ଶିବା ମଞ୍ଚାସିନ ରହିଥିଲେ । ଫୋରେଷ୍ଟ୍ ଡିପାର୍ଟମେଣ୍ଟ ର ସମସ୍ତ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିବାବେଳେ ଏହି କାର୍ଯ୍ୟକ୍ରମଟିକୁ ହଜାର ରୁ ଉର୍ଦ୍ଧ୍ୱ ଦର୍ଶକ ଆନନ୍ଦ ରେ ଦେଖିଥିଲେ ।