ଗାଡ଼ି ମାଲିକ ଓ ଚାଳକଙ୍କୁ ଆକ୍ରମଣ କରି ୩.୪୫ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

0
213

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା,(୧୮/୧୧) : ବିନିକା – ଏସ ରାମପୁର ମୁଖ୍ୟରାସ୍ତା ଦେଇ ଯାଉଥବା ଏକ ପିକଅପକୁ ଵିଶାଲପାଲି ଛକ ନିକଟରେ କେତେକ ଦୁର୍ବୃତ୍ତ ଅଟକାଇ ଗାଡ଼ି ମାଲିକ ଓ ଚାଳକଙ୍କୁ ଆକ୍ରମଣ କରି ମୋବାଇଲ ଓ ତାଙ୍କ ପାଖରେ ଥିବା ୩ ଲକ୍ଷ ୪୫ ହଜାର ଟଙ୍କା ଲୁଟ କରି ଫେରାର ହୋଇଯିବା ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି lc8d1c818 765a 43ff 9f88 a61fe50f3000 ଗାଡ଼ି ମାଲିକ ଓ ଚାଳକଙ୍କୁ ଆକ୍ରମଣ କରି ୩.୪୫ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଘଟଣାରୁ ପ୍ରକାଶ ଯେ , ଗତ ୧୬ ତାରିଖ ରାତିରେ ଆସ୍କାରୁ ଏକ ମେକସ ପିକଅପ ନଂ (ଓଡି ୧୭ଏମ,୪୧୧୪) ଯୋଗେ ବରଗଡ଼ର ସୁରେଶ ଠାକୁର ଓ ତାଙ୍କ ଡ୍ରାଇଭର ଜସପାଳ ମହାନନ୍ଦ ବିନିକା – ରାମପୁର ରାସ୍ତା ଦେଇ ବରଗଡ଼ କୁ ଫେରୁଥିବା ବେଳେ ତାଙ୍କ ଗାଡ଼ିକୁ ପିଛା କରୁଥିବା ୩ ବାଇକ ରେ ୬ ଜଣ ଦୁର୍ବୃତ୍ତ ହେଲମେଟ ପିନ୍ଧି ବିଶାଳପାଲି ଛକ ନିକଟରେ ଗାଡ଼ିକୁ ଅଟକାଇ ଗାଡ଼ି ମାଲିକ ଓ ଚାଳକଙ୍କୁ ବ୍ଲେଡ ରେ ମରଣାତ୍ମକ ଆକ୍ରମଣ କରି ତାଙ୍କ ପାଖରୁ ମୋବାଇଲ ଓ ୩ ଲକ୍ଷ ୪୫ ହଜାର ଟଙ୍କା ନେଇ ଯାଇଥିଲେ । ଉକ୍ତ ଗାଡିର ମଧ୍ୟ କାଚ ଭାଙ୍ଗି ଦେଇଛନ୍ତି ।133eb579 cfd3 4838 b14f e9dd4ac17009 ଗାଡ଼ି ମାଲିକ ଓ ଚାଳକଙ୍କୁ ଆକ୍ରମଣ କରି ୩.୪୫ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

କୌଣସି ମତେ ଉଭୟେ ଉଦ୍ଧାର ପାଇ ବିନିକା ଥାନାକୁ ଆସି ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏନେଇ ବିନିକା ଥାନାରେ ଏକ ମାମଲା ରୁଜୁ ହୋଇଛି । ଦୁର୍ବୃତ୍ତ ମାନଙ୍କ ଆକ୍ରମଣର ଶିକାର ହୋଇଥବା ମାଲିକ ଓ ଚାଳକ କୁ ବିନିକା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସ। କରାଯାଇଛି ।