କୌନ ବନେଗା କରୋଡପତି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ପୁଣି ପ୍ରଶ୍ନ

0
194

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୨୦/୧୧) : ଅମିତାଭ ବଚ୍ଚନଙ୍କ ଦ୍ୱାରା ପରିଚାଳିତ ତଥା ସୋନି ଟିଭିର ଲୋକପ୍ରିୟ କାର୍ଯ୍ୟକ୍ରମ କୌନ ବନେଗା କରୋଡପତି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ପୁଣି ପ୍ରଶ୍ନ ପଚରାଯାଇଛି ।

ଗତକାଲି କୌନ ବନେଗା କରୋଡପତି କାର୍ଯ୍ୟକ୍ରମରେ ଅମିତାଭ ପ୍ରତିଯୋଗୀଙ୍କୁ ପ୍ରଶ୍ନ କରିଥିଲେ ନିକଟରେ ହୋଇଥିବା କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳ ବଦଳରେ ଦେଶ ର ଶିକ୍ଷାମନ୍ତ୍ରୀ କିଏ ହୋଇଛନ୍ତି । ଏହାର ୪ଟି ସମ୍ଭାବ୍ୟ ଉତ୍ତର ଥିଲା- ଋମେଶ ପୋଖରିୱାଲ, ସ୍ମୃତି ଇରାନୀ, ପ୍ରହ୍ଲାଦ ଯୋଶୀ ଓ ଧର୍ମେନ୍ଦ୍ର ପ୍ରଧାନ । ଉତ୍ତରରେ ହଟସିଟ ରେ ବସିଥିବା ପ୍ରତିଯୋଗୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ସଠିକ ଉତ୍ତର ଦେଇଥିଲେ । ପରେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦକ୍ଷତା ବିକାଶ ଓ ଉଦ୍ୟମତା ମନ୍ତ୍ରୀ ଥିବା ଅମିତାଭ କହିଥିଲେ ।

ଗତ ସେପେଟମ୍ବର ୩୦ ତାରିଖରେ ଏହି କାର୍ଯ୍ୟକ୍ରମର ଏକ ସଂସ୍କରଣରେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଏକ ପ୍ରଶ୍ନ ପଚାରିଥିଲେ ଅମିତାଭ ବଚ୍ଚନ । ଦୁଇ ଦୁଇ ଥର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ପ୍ରଶ୍ନ ପଚାରାଯିବା ଚର୍ଚ୍ଚାର ବିଷୟ ହୋଇଛି ।