କୋରନା ନୀତି ନିୟମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ପବିତ୍ର ରଥଯାତ୍ରା

0
328

ରିପୋର୍ଟ : ଶୁଭମ ପାଣି //
ଢେଙ୍କାନାଳ,(୧୨/୦୭) : ଜଗତର ନାଥ ଜଗନ୍ନାଥ ଙ୍କର ଆଜି ହେଉଛି ପବିତ୍ର ଶ୍ରୀଗୁଣ୍ଡିଚା । ସମଗ୍ର ବ୍ରହ୍ମାଣ୍ଢ ରେ ପ୍ରସିଦ୍ଧ ଏହି ରଥଯାତ୍ରା । କିନ୍ତୁ କାଳର କରାଳ ଗତି ହେତୁ ସମଗ୍ର ବିଶ୍ୱ ଏବେ କୋରନା ର କବଳରେ କବଳିତ ହୋଇଥିବାରୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବ ବର୍ଷ ଭଳି କୋରନା ନୀତି ନିୟମ ରେ ପାଳିତ ହୋଇଯାଇଛି ।6fbda9db a2ea 4f7f 8b65 05cdc23e3042 କୋରନା ନୀତି ନିୟମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ପବିତ୍ର ରଥଯାତ୍ରା

ମାନ୍ୟବର ଉଚ୍ଚ ନ୍ୟାୟାଳୟର ନିର୍ଦେଶ କ୍ରମେ କେବଳ ପୁରୀରେ ସେବାୟତ ମାନଙ୍କଦ୍ୱାରା ରଥଯାତ୍ରା ପାଳିତ ହେବାକୁ ଅନୁମତି ମିଳିଥିବା ସ୍ଥଳେ ,ଉଚ୍ଚ ନ୍ୟାୟଲୟକୁ ସଂମାନ ଦେଇ ଢେଙ୍କାନାଳରେ କୋରନା ନୀତି ନିୟମ ମଧ୍ୟରେ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣ ମଧ୍ୟରେ ରଥଯାତ୍ରା ପାଳିତ ହୋଇଯାଇଛି । ସକାଳୁ ମଙ୍ଗଳ ଆଳତି, ଏହାପରେ ପ୍ରଭୁ ଜଗନ୍ନାଥ ଙ୍କୁ ମହାସ୍ନାନ କରାଯାଇଥିଲା । ୧୦.୩୦ ସମୟରେ ଖେଚେଡ଼ି ଭୋଗ, ରାଜାଙ୍କ ନଅରକୁ ଆଜ୍ଞା ମାଳ ପଠାଯାଇଥିଲା । ଏହାପରେ ରାଜାଙ୍କ ନଅରରୁ ଠାକୁରଙ୍କୁ ମନ୍ଦିରକୁ ବିଜେ କରାଯାଇଥିଲା । ମଙ୍ଗଳାର୍ପଣ ପୂଜା କରାଯାଇ ବଡ଼ଠାକୁରଙ୍କୁ ପହଣ୍ଡି କରାଯାଇଥିଲା ।

ଏହାପରେ ଢେଙ୍କାନାଳ ଗଡ଼ର ରାଜା ଯୁବରାଜ ଅମରଜିତ ସିଂହଦେଓ ଙ୍କ ଦ୍ଵାରା ଛେରା ପହଁରା କାର୍ଯ୍ୟ କରାଯାଇ ଅନ୍ୟାନ୍ୟ ପୂଜାଧି କାର୍ଯ୍ୟ ସମାପନ କରାଯାଇଥିଲା । ପରିଶେଷରେ ରାଜାଙ୍କ ଦ୍ୱାରା ୧.୫୫ ସମୟରେ ରଥ ଟଣା ଯାଇଥିଲା । ଜିଲ୍ଲା ପ୍ରଶାସନ ତରଫରୁ କଡ଼ାକଡ଼ି ଭାବେ ଚେକିଂ କରାଯିବ ସହ ମନ୍ଦିର ମଧ୍ୟରେ ୧୪୪ ଧାରା ଲାଗୁ କରାଯାଇଥିଲା । ପୂଜା ପଣ୍ଡା ଭାଗିରଥି ପଣ୍ଡା, ଶ୍ରୀବସ୍ଛ ମିଶ୍ର, ମଳୟ କର,କହଳିଆ ଟିକନ ବେହେରା, ସୁଆଁର ନୀଳମଣି ଆଚାର୍ଯ୍ୟ, ପାଳିଆ ସେବକ ସଂବୁନାଥ ମହାପାତ୍ର,ଦେବୋତ୍ତର ଇଂସ୍ପେକଟର ପ୍ରଦ୍ୟୁମ୍ନ ତ୍ରିପାଠୀ ଅନ୍ୟାନ୍ୟ ସେବକ ସେବୀକା, ଜିଲ୍ଲା ପ୍ରଶାସନର ଉପଜିଲାପାଳ ସାଫଲ୍ୟ ପଣ୍ଡିତ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ନରୋତ୍ତମ ବେହେରା, ଟାଉନ ଥାନା ଅଧିକରିଣୀ ନମିତା ପଟ୍ଟନାୟକ ସମେତ ପୋଲିସ ପ୍ରଶାସନ ଉପସ୍ଥିତ ରହିଥିଲେ ।