ଅହେତୁକ ଗ୍ୟାସ ଓ ପେଟ୍ରୋଲ ଡିଜେଲ ଦର ବୃଦ୍ଧିରେ ମହିଳା ବିଜୁ ଜନତା ଦଳର ବିକ୍ଷୋଭ

0
257

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୨୪/୧୧) : ରାଜ୍ୟ ବିଜେଡ଼ି ର ଡାକରା କ୍ରମେ ଗଜପତି ଜିଲ୍ଲା ର କାଶୀନଗର ବ୍ଲକ୍ ରେ ଆଜି ମହିଳା ବିଜୁ ଜନତା ଦଳ ତରଫରୁ ଅହେତୁକ ଗ୍ୟାସ ଓ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦ ରେ ବିକ୍ଷୋଭ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ।c050dd6b e3b6 46a3 852a 95f015debca9 ଅହେତୁକ ଗ୍ୟାସ ଓ ପେଟ୍ରୋଲ ଡିଜେଲ ଦର ବୃଦ୍ଧିରେ ମହିଳା ବିଜୁ ଜନତା ଦଳର ବିକ୍ଷୋଭ

ଆଜିର ଏହି ଶୋଭାଯାତ୍ରା ରେ ଟାଉନ୍ ସଭାପତି ରଘୁରାମ ସାହୁ, ବ୍ଲକ୍ ସଭାପତି ଆର୍ ରାମ ପ୍ରସାଦ ଜି. ଟିରୁପତି ରାଓ, କରୀମି ଆପା ରାଓ, ମହିଳା ବିଜୁ ଜନତା ଦଳ ଜିଲ୍ଲା ସମ୍ପାଦିକା ମାନସୀ ପାଣିଗ୍ରାହୀ, ଟାଉନ୍ ଯୁବ ସଭାପତି ରାଜେଶ୍ ମିଶାଇ ଓ ବହୁ ମହିଳା ଓ ପୁରୁଷ ଯୋଗ ଦେଇ ଅହେତୁକ ଗ୍ୟାସ ଓ ପେଟ୍ରୋଲ ଡିଜେଲ ଦର ବୃଦ୍ଧିରେ କେନ୍ଦ୍ର ସରକାର ଙ୍କ ବିରୋଧରେ ବିଭିନ୍ନ ନାରା ଦେଇ ବିଶୋଦ୍ ଗାର କରିଥିଲେ । ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ବିଡିଓ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁଙ୍କୁ ଦେଇଥିଲେ ।