ଆଉ ୪ ମାସ ଯାଏଁ ବଢିଲା ମାଗଣା ରାସନ ଯୋଗାଣ

0
182

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୫/୧୧) : ଆଉ ୪ ମାସ ଯାଏଁ ବଢିଲା ମାଗଣା ରାସନ ଯୋଗାଣ । ପିଏମ ଗରୀବ କଲ୍ୟାଣ ଯୋଜନା ର ହିତାଧିକାରୀମାନେ ଆସନ୍ତା ୨୦୨୨ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପାଇବେ ମାଗଣା ରାସନ ।

ଏ ନେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । କୋଭିଡ-୧୯ କୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୦୨୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନା କରିଥିଲେ l ରାସନ କାର୍ଡ ଥିବା ହିତାଧିକାରୀମାନଙ୍କୁ ଏହି ଯୋଜନା ମାଧ୍ୟମରେ ୫ କିଲୋ ଲେଖାଏଁ ଚାଉଳ ଅବା ଗହମ ପ୍ରଦାନ କରାଯାଉଛି । ପ୍ରଥମେ ମାର୍ଚ୍ଚ ୨୦୨୦ ରୁ ଜୁନ ୨୦୨୦ ଯାଏଁ ମାଗଣା ରାସନ ଦେବାକୁ ନିଷ୍ପତି ହୋଇଥିଲା । ପରେ ଏହାର ଅବଧି ୨୦୨୧ ନଭେମ୍ବର ଯାଏ ବୃଦ୍ଧି କରାଯାଇଥିଲା । ଏବେ ପୁଣି ଥରେ ଏହାକୁ ଆଉ ୪ ମାସ ବୃଦ୍ଧି କରାଯାଇଛି ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ୮୦ କୋଟି ରାସନ କାର୍ଡଧାରୀଙ୍କୁ ମାଗଣାରେ ରାସନ ଯୋଗାଇ ଦିଆଯାଉଛି । ଦେଶରେ କୋଭିଡ ସ୍ଥିତି କୁ ଦୃଷ୍ଟିରେ ରଖି କେନ୍ଦ୍ର କ୍ୟାବିନେଟରେ ଏହି ନିଷ୍ପତି ନିଆଯାଇଛି । ଏହି ଯୋଜନାରେ କେବଳ ରାସନ କାର୍ଡ ଥିବା ହିତାଧିକାରୀ ଙ୍କୁ ମାଗଣା ରାସନ ଯୋଗାଇ ଦିଆଯାଉଛି ।