Monday, November 29, 2021
Homeଜିଲ୍ଲା ଖବରପ୍ରଭାତ ଏନ ଜି ଓ ତରଫରୁ ଆୟୋଜନ କରାଯାଇଛି ଖାଦ୍ୟ ମେଳା

ପ୍ରଭାତ ଏନ ଜି ଓ ତରଫରୁ ଆୟୋଜନ କରାଯାଇଛି ଖାଦ୍ୟ ମେଳା

ରିପୋର୍ଟ : ନରତ୍ତମ ପାଢୀ
ଚନ୍ଦ୍ରପୁର,(୨୪/୧୧) : ତା ୨୪/୧୧/୨୦୨୧ ରିଖ ଦିବା ୧୨ ଘଟିକା ସମୟରେ ଡାଙ୍ଗସୋରଡ଼ା ଠାରେ ପ୍ରଭାତ ଏନ ଜି ଓ ଡାଙ୍ଗସୋରଡ଼ା, ଚନ୍ଦ୍ରପୁର ତରଫରୁ ଆୟୋଜନ କରାଯାଇ ଥିବା ଖାଦ୍ୟ ମେଳା କୁ ମାନ୍ୟବର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଙ୍କ କର କମଳରେ ରିବନଫିତା କାଟି ଉଦ୍ଘାଟନ କଲେ |

ତା’ ସଙ୍ଗେ ସଙ୍ଗେ ପ୍ରଭାତ ଏନ ଜି ଓ ତରଫରୁ ଆୟୋଜିତ ଖାଦ୍ୟ ମେଳା ରେ ଓଡ଼ିଶା ମିଲେଟମିଶନ ଏବଂ ମିଶନ ଶକ୍ତି ଆନୁକୁଲ୍ୟ ରେ ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ଦିଆଯାଇଥିବା ଆର୍ଥିକ ସହୟତା ଦ୍ଵାରା ମିଶନ ଶକ୍ତି ମାଣ୍ଡିଆ ରେ ପ୍ରସ୍ତୁତ ଜଳଖିଆ ଦୋକାନ ବୁଲି ଦେଖିଲେ ।

ଏଠାକୁ ଆସିଥିବା ଅତିଥି ମାନଙ୍କ ମଧ୍ୟରେ ୧. CDPO- ଲଳିତା ପୂଜାରି,୨. ତହସିଲଦାର- ଚିନ୍ମୟ ଦାସ, ୩. B.D.O- ଜର୍ଜ ଡୁଙ୍ଗଡୁଙ୍ଗ, ୪. ବ୍ଲକ ଅଧ୍ୟକ୍ଷା- ସଙ୍ଗୀତା ପଟିଙ୍ଗା, ୫. P.D WATTER SHED- କୃଷ୍ଣ ଚନ୍ଦ୍ର ସେନାପତି, ୬. ସରପଞ୍ଚ- ଧନୁମାଝି କୁମୁରୁକା, ୭. ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ – ରାମ ଚନ୍ଦ୍ର ବ୍ରେଡେକା, ଏନ ଜି ଓ ର ସମସ୍ତ କର୍ମକର୍ତ୍ତା ଏବଂ ବହୁତ ମାନ୍ୟ ଗନ୍ୟ ବ୍ୟକ୍ତି ଏବଂ ପଞ୍ଚାୟତ ର ଅନେକ ମାଁ ମାଉସୀ ମାନେ ଉପସ୍ଥିତ ରହି ଖାଦ୍ୟ ମେଳା ରେ ମାଣ୍ଡିଆ ରେ ପ୍ରସ୍ତୁତ ହୋଇଥିବା ପକୁଡି, ବରା, ଇଡ୍ଲି, ଚକୁଳି, ଯାଉ, ସୁପ୍, ଇତ୍ୟାଦି ଖାଦ୍ୟ ଖାଇ ଖାଦ୍ୟ ମେଳା ର ମଜା ଉଠାଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments