ବାଲିଗୁଡା ବିଜେଡି କାର୍ଯ୍ୟଳୟ ପରିସରରେ ବ୍ଲକ ବିଜେଡି ସଭାପତିଙ୍କୁ ସମ୍ବର୍ଦ୍ଧନା

0
291

ରିପୋର୍ଟ : ବିହୁତି ଲହରିଆ //
ବାଲିଗୁଡା, (୧୮/୦୭) : ବାଲିଗୁଡା ବିଜେଡି କାର୍ଯ୍ୟଳୟ ପରିସରରେ ନୂତନ ଭାବେ ନିଯୁକ୍ତି ପାଇ ଥିବା ବିଜେଡି ସଭାପତିକୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି |702e1ad5 d138 4397 a2cf abc105eaca1d ବାଲିଗୁଡା ବିଜେଡି କାର୍ଯ୍ୟଳୟ ପରିସରରେ ବ୍ଲକ ବିଜେଡି ସଭାପତିଙ୍କୁ ସମ୍ବର୍ଦ୍ଧନା

ବାଲିଗୁଡା ବିଜେଡି କାର୍ଯ୍ୟଳୟ ର ବିଜେଡି ଯୁବ କର୍ମୀ, ସମର୍ଥନ, ଶୁଭେଛୁ ମାନେ ବାଲିଗୁଡା ବ୍ଲକ ସଭାପତି ଟୁନା ଦାସ, ତୁମୁଡିବନ୍ଧ ବ୍ଲକ ସଭାପତି ପ୍ରମୋଦ ସାହୁ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି | ଉଭୟ ସଭାପତି ଦଳକୁ ସୁଦୃଢ କରି କାର୍ଯ୍ୟ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନ ହିତ କର କାର୍ଯ୍ୟ ଗାଁ ଗାଁ ପହଂଚି ଲୋକେ ସୁଫଳ ପାଇ ପାରୁଛନ୍ତି ସେ ନେଇ କାର୍ଯ୍ୟ ଜାରୀ ରହିବ ବୋଲି କହିଛନ୍ତି | ଏହି ସମ୍ବର୍ଦ୍ଧନା କାର୍ଯ୍ୟ ରେ ଯୁବ ବିଜେଡି କର୍ମୀ ଏମଡି ସୋନୁ, ଦିଲୀପ ବେହେରା, ଅବନୀକାନ୍ତ ନାୟକ, ସୁଜିତ ପାଳ, ମିଟୁ ନାୟକ, କାଳିଆ ପାତ୍ର, ବରଦା ପ୍ରସାଦ ମିଶ୍ର ସମେତ ଯୁବ ଛାତ୍ର କର୍ମୀ ଉପସ୍ଥିତ ଥିଲେ |