ସାପ ବିଷ ବିକ୍ରୀ ରେକେଟ ଚଳାଇଥିବା ମୁଖ୍ୟ ଅଭିଯୁକ୍ତ ଙ୍କୁ ଗିରଫ କରି ପର୍ଦାଫାସ କରିବାକୁ ଦାବି

0
230

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୨୫/୧୧) : ବଲାଙ୍ଗୀର ଜିଲ୍ଲାରେ ସାପ ବିଷ ବିକ୍ରୀ ରେକେଟ ବେଶ ଜୋରଦାର ଚାଲିଥିବା ବେଳେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବଲାଙ୍ଗୀର ଜିଲ୍ଲାରୁ ଏହି ସାପ ବିଷ ଦୀର୍ଘଦିନ ଧରି ଚାଲି ଆସିଥିବା ଓ ଏହି ଜିଲ୍ଲାରୁ ରାଜ୍ୟ ବାହାରକୁ ଚାଲାଣ ହେବା ବାରମ୍ବାର ଅଭିଯୋଗ ହୋଇଅସୁଛି ।

କିଛି ନିର୍ଦ୍ଦିଷ୍ଟ ସାପ ଧରାଳି ବ୍ୟକ୍ତି ଓ ଯୁବକ ଏହି ସାପ ଧରିବା ପାଇଁ ବେଶ ମୋଟା ଅଙ୍କ ଆୟ କରୁଥିବା ଜଣାଯାଇଛି । ଏପରି କି ଓଡିଶା ର ବିଭିନ୍ନ ଦୂର ଦୁରାନ୍ତ ରୁ କିଛି ଯୁବକ ବଲାଙ୍ଗୀର ଆସି ରହି ଏହି ସାପ ବିଷ ବିକ୍ରୀ କାମ କରୁଥିବା ଜଣାଯାଇଛି । ଇତି ମଧ୍ୟରେ ନିଜେ ଗ୍ରାହକ ସାଜି ୨ ଜଣଙ୍କୁ ଗିରଫ କରାଯାଇଛି । ସୂଚନା କ୍ରମେ, ଦେବଗଡ଼ ଜିଲ୍ଲାର ରିଆମାଳ ଥାନା ତାରଙ୍ଗ ଗାଁରେ ଗୁପ୍ତ ଭାବେ ସୂଚନା ପାଇ ୧କିଲୋଗ୍ରାମ ଓଜନ ର ସାପ ବିଷ ଜବତ କରିଛି ପୋଲିସ । ଏଥିସହ ସମ୍ବଲପୁର ଜିଲ୍ଲାର ୨ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି ।snake venom 450x300 1 ସାପ ବିଷ ବିକ୍ରୀ ରେକେଟ ଚଳାଇଥିବା ମୁଖ୍ୟ ଅଭିଯୁକ୍ତ ଙ୍କୁ ଗିରଫ କରି ପର୍ଦାଫାସ କରିବାକୁ ଦାବି

ଉକ୍ତ ଦୁଇ ଗିରଫ ଅଭିଯୁକ୍ତ ହେଲେ ସମ୍ବଲପୁର ସାଖିପଡାର ରଞ୍ଜନ କୁମାର ପାଢୀ ଏବଂ ସିନ୍ଦୁରପଙ୍କ ଗାଁର କୈଳାସ ଚନ୍ଦ୍ର ସାହୁ ବୋଲି ନିଜ ପରିଚୟ ଦେଇଥିବା ସୁଚନା ମିଳିଛି । ଜବତ ବିଷର ଆନୁମାନିକ ବଜାର ମୂଲ୍ୟ ଦେଢ କୋଟି ଟଙ୍କା ହେବ । ଦେବଗଡ ଜିଲ୍ଲାର ସ୍ୱତନ୍ତ୍ର ପୋଲିସ ଟିମ୍‌ ଏହି ଚଢାଉ କରିଥିବା ସୂଚନା ମିଳିଛି । ତେବେ କୁଆଡ଼େ ଚାଲାଣ ହୋଇଥାନ୍ତା ଏହି ସାପ ବିଷ ସେନେଇ ତନାଘନା ଚାଲିଛି । ଏହା ମଧ୍ୟ ପ୍ରଶ୍ନ ଉଠୁଛି ଯେ, ଏତେ ପରିମାଣ ସାପ ଗରଳ କେଉଁ କାମରେ ଲାଗିବ । କିଏ କହୁଛି ନିଶା ତ’ ଆଉ କିଏ କହୁଛି ଔଷଧ । ତେବେ ଏନେଇ କୌଣସି ସଠିକ୍‌ ତଥ୍ୟ ମିଳି ପାରି ନାହିଁ । ପୂର୍ବରୁ ମଧ୍ୟ ଏଭଳି ଖବର ସାମ୍ନାକୁ ଆସିଛି ।

ଗତ ମାର୍ଚ୍ଚ ମାସରେ ଏକ ବଡ଼ଧରଣର ସାପ ବିଷ ରାକେଟ୍ ଠାବ କରିଥିଲା ବନ ବିଭାଗ । ସାପ ବିଷ କାରବାର ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଥିଲା ବନବିଭାଗର ଟିମ । ସୂଚନା ଅନୁଯାୟୀ ଭୁବନେଶ୍ୱର ପାତ୍ରପଡ଼ା ରେଞ୍ଜ ଅଞ୍ଚଳରୁ ଅଭିଯୁକ୍ତଙ୍କୁ ଧରିଥିଲା ବନବିଭାଗ । ଗିରଫ ୩ ଜଣଙ୍କ ଘର ବଲାଙ୍ଗୀରର ହୋଇଥିବା ବେଳେ ବଲାଙ୍ଗୀର ରୁ ଆସି ସାପ ବିଷ ବିକ୍ରି ନେଇ ଭୁବନେଶ୍ୱରରେ ଡିଲ୍ କରୁଥିଲେ । ପ୍ରାୟ ୧୦ ଲକ୍ଷ ଟଙ୍କାର ଏହି ଡିଲ୍‌ ଚାଳିଥିବା ସମୟରେ ସମସ୍ତ ଉକ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତାଙ୍କ ନିକଟରୁ ସ୍ପଷ୍ଟ ଭାବେ ଜଣା ଯାଉଛି ଯେ,ବଲାଙ୍ଗୀର ସହରର ଦୁଇ ଗୋଟି ଲଜ୍ ରେ ଦୀର୍ଘ ଚାରିମାସ ଧରି ଚାରିଜଣ ଦିଲ୍ଲୀରୁ ଆସି ରହିଛନ୍ତି ।

ସେମାନେ କେବେ କେତେ ଏବଂ କେଉଁ ସ୍ଥାନରେ କେତେ ଟଙ୍କାରେ ବିକ୍ରି କିଭଳି କରାଯିବ ସେ ନେଇ ନିର୍ଦ୍ଦେଶ ଦେଇ ଏହି ରେକେଟ ଚଳାଇଥିବା ଜଣାଇଛନ୍ତି । ବଲାଙ୍ଗୀର ଜିଲ୍ଲାକୁ କେନ୍ଦ୍ରସ୍ଥଳ କରିଥିବା ଜିଲ୍ଲା ବନ ବିଭାଗର ଅଧିକାରୀ ସୂଚନା ପାଇଥିବା ବେଳେ ସେମାନେ ତଦନ୍ତ ଆରମ୍ଭ କରି ଥିବା ସୂଚନା ମିଳିଛି ।