ଭୈରବୀ ଡିଗ୍ରୀ କଲେଜ ରେ ଭୋଟର ସଚେତନତା ଓ ସମ୍ବିଧାନ ଦିବସ ପାଳିତ

0
184

ରିପୋର୍ଟ : ସୁଶାନ୍ତ ବେହେରା // 
ହରଭଙ୍ଗା,( ୨୬/୧୧) : ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ କଲେଜ ରେ ଜାତୀୟ ସେବା ଯୋଜନା ଓ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ମିଳିତ ଅନୁକୁକୁଲ୍ୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଓ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି ।fe86b595 aab7 48c8 bac0 f520dba35a01 ଭୈରବୀ ଡିଗ୍ରୀ କଲେଜ ରେ ଭୋଟର ସଚେତନତା ଓ ସମ୍ବିଧାନ ଦିବସ ପାଳିତ

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭୈରବୀ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ଼କ୍ଟର ପୂର୍ଣ୍ଣେନ୍ଦୁ ତ୍ରିପାଠୀ, ସମ୍ମାନୀତ ଅତିଥି ଭାବେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ରମେଶ ଚନ୍ଦ୍ର ତାରେଣିଆ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଭୋଟର ସଚେତନତା କରିବା ସହ ଭାରତର ସମ୍ବିଧାନ ଉପରେ ବିସ୍ଲେଷଣ କରିଥିଲେ । ତତ ସହିତ ଆଗକୁ ଥିବା ପଞ୍ଚାୟତ ନିର୍ବାଚନରେ ନିଜର ଭୋଟ କୁ ବିକ୍ରୟ ନ କରି ସ୍ବେଚ୍ଛାକୃତ ଭାବେ ଭୋଟ ଦେବାକୁ ସାବାଳକ ଓ ସାବାଳିକା ଥିବା ଛାତ୍ରଛାତ୍ରୀ ମାନଙ୍କୁ ଶପଥ କରାଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଜାତୀୟ ଯୁବ ସମାଜସେବୀ ସୁଧିର ଦୀପ ସ୍ୱାଗତ ଭାଷଣ ଦେବା ସହିତ ସଭା ପରିଚାଳନା କରିଥିବା ବେଳେ ସମାଜସେବୀ ମନୋଜ ଭୋକ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।