ଦିନ ମଜୁରିଆ ଙ୍କ ପୁଅ ର ଚିକିତ୍ସା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ

0
191

ରିପୋର୍ଟ : ରଞ୍ଜୀତ ବେହେରା //
ଢେଙ୍କାନାଳ,(୨୬/୧୧) : ଓଡାପଡା ବ୍ଲକ ଅନ୍ତର୍ଗତ ସାରିଆପଡା ଗ୍ରାମର ଦିନ ମଜୁରିଆ କୁଳମଣି ଖଟୁଆଙ୍କ ପୁତ୍ର ସାଇ ଆଦିତ୍ୟ ଖଟୁଆ ( ବୟସ ୬ ବର୍ଷ ୩ ମାସ) ଙ୍କ ଚିକିତ୍ସା ନିମନ୍ତେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୫୦୦୦ ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।

ଜନ୍ମରୁ ଖାଦ୍ୟ ନଳୀ ନ ଥିବା ପୁଅର ଚିକିତ୍ସା ନିମନ୍ତେ ଆଜି କୁଳମଣି ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ନିମନ୍ତେ ଆବେଦନ କରିଥିଲେ । ଜିଲ୍ଲାପାଳ ସହୃଦୟତାର ସହିତ ତାଙ୍କ ପୁଅର ଚିକିତ୍ସା ନିମନ୍ତେ ଏହି ସହାୟତା ରାଶି ପ୍ରଦାନ କରିଥିଲେ । ଚିକିତ୍ସା ନିମନ୍ତେ ତାଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ର ସ୍ମାର୍ଟ ହେଲଥ କାର୍ଡ ଯୋଗାଇ ଦିଆଯାଇଛି । ଦିନ ମଜୁରିଆ ଙ୍କ ପୁଅ ର ଚିକିତ୍ସା ନିମନ୍ତେ ଅଧିକ ଅର୍ଥର ଆବଶ୍ୟକ ହେଲେ ତାଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ମଧ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏଥ୍ ନିମନ୍ତେ କୁଳମଣି ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି ।