ଢେଙ୍କାନାଳରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

0
149

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୦୨/୧୦) : ଢେଙ୍କାନାଳରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ | ଆଜି ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ଜାତିର ପିତା ମହାତ୍ମାଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଅଛି ।WhatsApp Image 2021 10 03 at 7.17.18 AM ଢେଙ୍କାନାଳରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

ପବିତ୍ର ଜାତୀୟ ଦିବସ ଅବସରରେ ସ୍ଥାନୀୟ ଗାନ୍ଧିପାର୍କ ଠାରେ ସକାଳ ୭ ଟା ୧୫ ମିନିଟ ସମୟରେ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତି ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେ ମାଲ୍ୟାପଣ କରି ଢେଙ୍କାନାଳରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ କରିଛନ୍ତି । ଗାନ୍ଧିଜୀ ଅହିଂସାର ପରମ ପୂଜାରୀ ଥିଲେ । ଅହିଂସା ଧର୍ମ ପାଳନ ପୂର୍ବକ ଦେଶ ଗଠନ ନିମନ୍ତେ ଯୁବଶକ୍ତି ଆଗେଇ ଆସିବାକୁ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶାରଦା ପ୍ରସାଦ ମହାନ୍ତି , ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ କୁମାର ସାମନ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଶୁକ୍ରୁ ସ୍ବାଇଁ , ଉପସଭାପତି , ରାଜ୍ୟ କଳା ସଂସ୍କୃତି ସଂଘ ଓ ଜିଲ୍ଲା କଳା ସଂସ୍କୃତି ସଂଘ , ଢେଙ୍କାନାଳ ଶ୍ରୀ ଅବନୀ କୁମାର ମିଶ୍ର ସମେତ ସହରର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ । ମାଲ୍ୟାର୍ପଣ ପରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା ।

ଶ୍ରୀମତୀ ଅନୁପମା ମିଶ୍ର ଗୀତା ପାଠ , ଜନାବ ନଜରୁଲ ଇସଲାମ କୋରାନ ପାଠ ଏବଂ ଶ୍ରୀ ସରୋଜ କୁମାର ସିଂହ ବାଇବେଲ ପାଠ କରିଥିଲେ ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧ୍ଵରୀ ଶ୍ରୀ ରମେଶ ଚନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପୂର୍ବାହ୍ନ ୫ ଘଟିକା ସମୟରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ବାରା ରାମଧୁନ ପରିବେଷଣ କରଯାଇଥିଲା ।