-5.7 C
Innichen
Saturday, January 22, 2022

କାମରେ ଆସୁନି ସୌର ଚାଳିତପାଣି ମଟର : ପାନୀୟ ଜଳ ପାଇଁ ଲୋକେ ବିକଲ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାସିଂହପୁର,(୨୭/୧୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ପାଟବନ୍ଧ ଗାଁରେ ସୌର ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ (ସୋଲାର ବୋର) ନିର୍ମାଣ ହୋଇ ମାତ୍ର ୪ ମାସ ହେବ କାମରେ ଆସୁନି ହେଲେ ପାନୀୟ ଜଳ ପାଇଁ ଲୋକେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।

ଉକ୍ତ ଗାଁର ପ୍ରାୟ ୭୫ ଘର ରହିଥିବା ବେଳେ ପ୍ରାୟ ୪୦୦ ଲୋକ ସଂଖ୍ୟା ରହିଛନ୍ତି । ଏଠାରେ ତିନୋଟି ନଳ କୂପ ସହ ଗୋଟିଏ ସୋଲାର ବୋର ରହିଛି । ସୌର ଚାଳିତ ପାନୀୟ ଜଳପ୍ରକଳ୍ପ ପ୍ରାୟ ୪ ମାସ ହେବ କରାଯାଇଛି କିନ୍ତୁ ଗୋଟିଏ ମାସ ପାଣି ବାହାରିବା ପରେ ବନ୍ଦ ହୋଇଯାଇଛି । ଯେଉଁ ନଳକୂପରେ ସୌର ଚାଳିତ ଲଗାଇ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି ତାହା କାମରେ ଆସୁନି । ଖାଲି ନଳକୂପ ଭଲ ଥିଲା ବୋଲି ଗ୍ରାମବାସୀ କହିଛନ୍ତି ।

ଏହାକୁ ଦୁଇଟି ନଳ କୂପ ସମ୍ପୂର୍ଣ୍ଣ ଅଚଳ ରହିଥିବା ବେଳେ ଅନ୍ୟ ଗୋଟିଏ ନଳ କୂପ ରୁ କାଦୁଅ ଓ ଛୋଟ ଛୋଟ ଲୁହା ଖଣ୍ଡ ବାହାରୁ ଥିବା ରୁ ତାହା ବ୍ୟବହାର ପାଇଁ ଉପଯୋଗୀ ହୋଇ ପାରୁନାହିଁ । ଉକ୍ତ ଗାଁ ଦେଇ ଯାଇଥିବା (ବାଟିଆ) କେନାଲ ରୁ ପାଣି ନେଇ ଘରେ ବ୍ୟବହାର କରିଛନ୍ତି । କିଛି ପରିବାର ଲୋକେ ପୋଖରୀ ରୁ ପାଣି ଆଣି ବ୍ୟବହାର କରୁଥିବା କହିଛନ୍ତି । ଏହି ପାଣି ବ୍ୟବହାର କରି ବିଭିନ୍ନ କାଛୁ କୁଣ୍ଡିଆ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଥିବା ଗ୍ରାମବାସୀ କହିଛନ୍ତି ।

ଏଠାରେ ଗୋଟିଏ ବୋର ମଧ୍ୟ ଖୋଲାଯାଇଛି କିନ୍ତୁ ବିଦ୍ୟୁତ ଥିଲେ ତାହା କାର୍ଯ୍ୟକାରୀ ହେଉଛି ନ ହେଲେ ବନ୍ଦ ରହୁଛି । ପ୍ରାୟ ସମୟ ବିଦ୍ୟୁତ ରହୁ ନ ଥିବାରୁ ବୋର ଟି କାମରେ ଲାଗୁନି । ଏହି ସମସ୍ୟାକୁ ନେଇ ପଞ୍ଚାୟତ ର ସରପଞ୍ଚ, ଗ୍ରାମ ସେବକ, ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ସଂସ୍ଥା ଗ୍ରୀନଟେକ ରିନୱେବଲ କମ୍ପାନୀ ଲଗାଇଥିବା କାରିଗର ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହିହେଲେ ଶୁଣୁ ନ ଥିବା ଗ୍ରାମବାସୀ କହିଛନ୍ତି ।

ନିର୍ବାଚନ ସମୟରେ ଭୋଟ ହାତେଇବା ପାଇଁ ନେତା ମନ୍ତ୍ରୀ ଙ୍କ ଦେଖା ମିଳେ ସେତେ ବେଳେ ବିଭିନ୍ନ ପ୍ରକାରର ଲାଳସା ଦେଖାଇ ଭୋଟ ନେଇଯାଇ ଯାଉଛନ୍ତି । ଗାଦିରେ ବସିବା ପରେ ଲୋକଙ୍କୁ ଦେଇଥିବା ପ୍ରତିଶୃତି ଓ ଲାଳସା କୁ ସମ୍ପୂର୍ଣ୍ଣ ଭୁଲି ଯାଉଛନ୍ତି । ଯଦି ଗ୍ରାମବାସୀ ଙ୍କୁ ସୁଧ ପାନୀୟ ନ ମିଲେ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବୁ ବୋଲି ଗ୍ରାମର ନରେନ୍ଦ୍ର କରସିକା, ଲଚମ୍ପତି ପାଲକା, ନରସିଂହ ହୁଈକା, କରସିକା ଗୋବି, ପୂର୍ଣ୍ଣିମା କାଡ୍ର।କା,ପ୍ରତିମା କାଡ୍ର।କା, କରସିକା ଅସନ୍ତି, କରସିକା ରେଲୋ ପ୍ରମୁଖ କହିଛନ୍ତି ।

Related Articles

Stay Connected

0FansLike
3,129FollowersFollow
19,100SubscribersSubscribe
- Advertisement -spot_img

Latest Articles