Friday, March 29, 2024

Top 5 This Week

Related Posts

ଗ୍ୟାସ ଭର୍ତ୍ତି କରୁଥିବା ସମୟରେ ଟାଙ୍କି ଫାଟି ଦୋକାନୀ ଆହତ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୨୭/୧୧) : ବୌଦ୍ଧ ବସ ଷ୍ଟାଣ୍ଡ ନିକଟରେ ଗ୍ୟାସ ଭର୍ତ୍ତି କରୁଥିବା ସମୟରେ ଗ୍ୟାସ ଟାଙ୍କି ଫାଟି ଦୋକାନୀ ଆହତ ହୋଇଛନ୍ତି |

ସୂଚନା ଅନୁଯାଇ ଏନ ଏଚ ୫୭ ବୌଦ୍ଧ ବସ ଷ୍ଟାଣ୍ଡ ନିକଟରେ ଥିବା ଭୁବନେଶ୍ୱରୀ ଏଣ୍ଟେର ପ୍ରାଇଜେସ ଏକ ଘରୋଇ ଦୋକାନରେ ଗ୍ୟାସ ଭର୍ତ୍ତି କରୁଥିବା ସମୟରେ କୌଣସି କାରଣ ବଶତଃ ଏକ ୫ ଲିଟର ଗ୍ୟାସ ଟାଙ୍କି ଫାଟି ଯିବାରୁ ଦୋକାନୀ ଗୁରୁତର ଆହତ ହୋଇଛନ୍ତି | ଆହତ ଅବସ୍ଥାରେ ଦୋକାନୀ ଜଣକ ବୌଦ୍ଧ ମୁଖ୍ୟ ଡାକ୍ତର ଖାନରେ ଭର୍ତ୍ତି ହୋଇଛନ୍ତି | ଦୋକାନ କୁ ଆସିଥିବା ଅନ୍ୟ ଗ୍ରାହକ ମାନେ ମଧ୍ୟ ଆହତ ହୋଇଥିବାର ସୂଚନା ମିଳିଛି | ଘଟଣା ସ୍ଥଳରେ ବୌଦ୍ଧ ଦମକଳ ବାହିନୀ, ବୌଦ୍ଧ ଆଦର୍ଶ ପୋଲିସ ଓ ବୌଦ୍ଧ ଆରକ୍ଷୀ ଅଧିକାରୀ ତପସ୍ୱିନୀ କହଁର ଘଟଣାସ୍ଥଳରେ ପହଂଚି ଘଟଣା ର ତଦନ୍ତ କରୁଛନ୍ତି |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles