ବୌଦ୍ଧ ଜିଲ୍ଲାରେ ସର୍ବ ପ୍ରଥମ ୬୯ ତମ ରାଜ୍ୟ ସ୍ତରୀୟ ମହିଳା ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ

0
210

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୧୧/୧୧) : ବୌଦ୍ଧ ଜିଲ୍ଲାରେ ସର୍ବ ପ୍ରଥମ ୬୯ ତମ ରାଜ୍ୟ ସ୍ତରୀୟ ମହିଳା ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ ପାଇଁ ଆଜି ବୌଦ୍ଧ ଜିଲ୍ଲା ସୁନାମ ଅର୍ଜନ କରିଛି |

ରାଜ୍ୟ ସରକାର, ରାଜ୍ୟ ଭଲିବଲ ଆସୋସେସନ ଓ କିଟ କିସ ର ସହାୟତାରେ ବୌଦ୍ଧ ଜିଲ୍ଲାରେ ସର୍ବ ପ୍ରଥମ ୬୯ ତମ ରାଜ୍ୟ ସ୍ତରୀୟ ମହିଳା ଭଲିବଲ ଟୁର୍ନାମେଣ୍ଟ ବୌଦ୍ଧ ଇଣ୍ଡୋର ଷ୍ଟାଡିଅମ ରେ ମୁଖ୍ୟ ଅତିଥି ତଥା କନ୍ଧମାଳ ସାଂସଦ ଡ଼ା. ଅଚ୍ୟୁତାନନ୍ଦ ସାମନ୍ତରାୟ ଙ୍କ କର କମଲରେ ଉଦଘାଟିତ ହୋଇଯାଇଛି |

ଏହି କ୍ରୀଡା ରେ ରାଜ୍ୟର କିଟ ୟୁନିଭରସିଟି, କଟକ, କେନ୍ଦ୍ରାପଡ଼ା, ଖୁର୍ଦ୍ଧା, ସୁନ୍ଦରଗଡ଼, ମୟୁରଭଞ୍ଜ, ବୌଦ୍ଧ, ପୁର୍ବ ତଟ ରେଲୱେ, ରାଉରକେଲା ଷ୍ଟିଲପ୍ଲାଣ୍ଟ, ଜଗତସିଂହପୁର, ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ, କନ୍ଧମାଳ, ବଲାଙ୍ଗୀର, ସମ୍ବଲପୁର, ଭଦ୍ରକ ଆଦି ୧୫ ଗୋଟି ଜିଲ୍ଲା ର ମହିଳା ଖେଳାଳି ଭାଗ ନେଇଥିଲେ | ସମ୍ମାନିତ ଅତିଥି ଭାବେ ଜିଲ୍ଲା ପାଳ ଲଲାଟେନ୍ଦୁ ମିଶ୍ର, ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, କଣ୍ଟାମାଳ ବିଧାୟକ ମହୀଧରପୁର ରଣା ଓ ଅନ୍ୟ ସମ୍ମାନିତ ଅତିଥି ଯୋଗ ଦେଇ ଥିଲେ |

ମୁଖ୍ୟ ଖେଳାଳି ଙ୍କୁ ଉତ୍ସାହିତ କରିବା ସହିତ ଖେଳାଳି ମାନଙ୍କୁ ଖେଳ ଉପରେ ବହୁ ଉପଦେଶ ଦେବା ସହିତ ଆଗକୁ ବୌଦ୍ଧ ଜିଲ୍ଲା ରେ ପ୍ରଥମ ରାଜ୍ୟ ସ୍ତରୀୟ ମହିଳା ଫୁଟବଲ ଟୁର୍ନାମେଣ୍ଟ କରାଇବାପାଇଁ ଜିଲ୍ଲା ପାଳଙ୍କ ସହିତ ଆଲୋଚନା କରିଥିଲେ | ଏହି ଭଲିବଲ ଟୁର୍ନାମେଣ୍ଟ ୧୧/୧୧ ରୁ ୧୪/୧୧ ଚାରିଦିନ ଧରି ଚାଲିବାର ସମୟ ସୀମା ଧାର୍ଯ୍ୟ କରାଯାଇଛି |