-5.7 C
Innichen
Saturday, January 22, 2022

ମାନ୍ୟବର ରାଜ୍ୟପାଳ ଙ୍କ ଦ୍ଵାରା ପାରଳାର ଶିଳ୍ପପତି ଡ. ତିରୁପତି ପାଣିଗ୍ରାହୀ ସମ୍ମାନିତ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୨୭/୧୧) : ପାରଳା ମାଟିରୁ ଯାଇ ଭୁବନେଶ୍ୱରରେ ଏକ ଘରୋଇ ଉଦ୍ୟମରେ ହସ୍ପିଟାଲ୍ ଓ ମେଡିକଲ୍ କଲେଜ୍ ପ୍ରତିଷ୍ଠା କରି ଥିବା ଡ୍. ତିରୁପତି ପାଣିଗ୍ରାହୀଙ୍କୁ ମାନ୍ୟବର ରାଜ୍ୟପାଳ ଓଡ଼ିଶା ପ୍ରଫେସର ଗଣେସି ଲାଲ ପୁରସ୍କାର ସହ ସମ୍ମାନୀତ କରିଛନ୍ତି ।

କନକ ଟିଭି ଦ୍ଵାରା ଆୟୋଜିତ ନିର୍ମାଣ କନକ୍ଲାଭରେ ଘରୋଇ ଉଦ୍ୟୋଗରେ ଏକ ମେଡିକାଲ୍ କଲେଜ ଓ ହସପିଟାଲ ନିର୍ମାଣ କରିବା ସହ ଶହ ଶହ ଡାକ୍ତର ନିଯୁକ୍ତି ସହ ବହୁ ଲୋକଙ୍କୁ ନିଯୁକ୍ତି ଦେଇ ପାରିଥିବାରୁ ମାନ୍ୟବର ରାଜ୍ୟପାଳ ଙ୍କ ଦ୍ଵାରା ଶ୍ରୀ ତିରୁପତି ପାଣିଗ୍ରାହୀଙ୍କୁ ଏହି ସମ୍ମାନ ଦିଆଯାଇଛି । ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ କନକ ଟି ଭି ର ମାଲିକ ତଥା ଖଣ୍ଡପଡ଼ା ବିଧାୟକ ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ସମ୍ମାନ ଦିଆଯାଇଛି । ଏହି ଅନନ୍ୟ ପ୍ରତିଭାର ଅଧିକାରୀ ଡ.ପାଣିଗ୍ରାହୀଙ୍କୁ କାଶୀନଗରର ବୁଦ୍ଧିଜୀବୀ ଜି.ତିରୁପତି ରାଓ ,କେ.ରାମ ରାଓ, ଜଗଦୀଶ ପାତ୍ର, ଆନନ୍ଦ ପାତ୍ର, ରଘୁ ରାମ ସାହୁ ଶୁଭେଚ୍ଛା ଜଣାଇଛନ୍ତି ।

Related Articles

Stay Connected

0FansLike
3,129FollowersFollow
19,100SubscribersSubscribe
- Advertisement -spot_img

Latest Articles