5T ଅନ୍ତର୍ଗତ ଜିଲ୍ଲାର ୪୧ ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ

0
152

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୨୯/୧୧) : ରାଜ୍ୟ ସରକାରଙ୍କ 5T ଅନ୍ତର୍ଗତ ଜିଲ୍ଲାର ୪୧ ଟି ସରକାରୀ ଉଚ୍ଚ ବିଦ୍ୟାଳୟ କୁ ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରଣ କରାଯାଇଛି ।WhatsApp Image 2021 11 30 at 10.48.06 AM 5T ଅନ୍ତର୍ଗତ ଜିଲ୍ଲାର ୪୧ ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ

ଆଜି ଅପରାହ୍ନରେ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡ଼ିଓ କନଫେରେନସିଙ୍ଗ ମାଧ୍ୟମରେ 5T ଅନ୍ତର୍ଗତ ଜିଲ୍ଲାର ରୂପାନ୍ତରିତ ୪୧ ଟି ସରକାରୀ ଉଚ୍ଚ ବିଦ୍ୟାଳୟ କୁ ଆନୁଷ୍ଠାନିକ ଭାବେ ଲୋକାର୍ପିତ କରିଛନ୍ତି । ଆମ ପିଲାମାନେ ଭଲ ପାଠ ପଢନ୍ତୁ, ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ ବାପା – ମା’ଙ୍କ ସୁନାମ ରଖି ଓଡିଶାର ଗୌରବ ବଢାନ୍ତୁ ବୋଲି କହିଛନ୍ତି ।

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟର ୯ ମ ଶ୍ରେଣୀ ଛାତ୍ରୀ ଶୁଭସ୍ମିତା ସାହୁଙ୍କ ସହିତ ବାର୍ତ୍ତାଳାପ କରିଥିଲେ ଏହି ଅବସରରେ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀଙ୍କ ସଭାପତିତ୍ଵରେ ଶୁଭ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଉତ୍ସବରେ ମାନ୍ୟବର ମନ୍ତ୍ରୀ ପୂର୍ତ୍ତ, ଖଣି ଓ ଇସ୍ପାତ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆମ ଜିଲ୍ଲା ପାଇଁ ଆଜି ଅତି ଖୁସିର ଦିନ ବୋଲି କହି ଉନ୍ନତ ବୈଷୟିକ ଜ୍ଞାନ କୌଶଳ ଦ୍ୱାରା ପାଠ ପଢା ସହିତ ଆମୋଦ ପ୍ରମୋଦ, ଖେଳ କୁଦ ଆଦି ମାଧ୍ୟମରେ ଶିକ୍ଷାର ଗୁଣାତ୍ମକ ବିକାଶ ହୋଇ ପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।WhatsApp Image 2021 11 30 at 10.48.05 AM 5T ଅନ୍ତର୍ଗତ ଜିଲ୍ଲାର ୪୧ ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ

ବିଦ୍ୟାଳୟ ଗୁଡିକରେ ଶୈକ୍ଷିକ ବାତାବରଣ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଯୋଗୁଁ ପାଠ ପଢିବା ନିମନ୍ତେ ପିଲାମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ପରିଲକ୍ଷିତ ହେଉଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଧର କୁମାର ସାମଲ ଉତ୍ସବରେ ଯୋଗ ଦେଇ ଏହି ବିଦ୍ୟାଳୟ ରୂପାନ୍ତରଣ ନିମନ୍ତେ ଖୁସି ବ୍ୟକ୍ତ କରି କହିଲେ ଯେ, ଏହା ଦ୍ୱାରା ଗୁଣାତ୍ମକ ଶିକ୍ଷାର ବୃଦ୍ଧି ଘଟିବ । ଏହି କାର୍ଯ୍ୟକ୍ରମ ର ଦୀର୍ଘକାଳୀନ ସୁଫଳ ପାଇଁ ବିଦ୍ୟାଳୟ ଗୁଡିକର ରକ୍ଷଣାବେକ୍ଷଣ ନିମନ୍ତେ ଟାସ୍କ ଫୋର୍ସ ଗଠିତ ହୋଇଛି ।

ଏହାର ଗୁଣବତ୍ତା ବଜାୟ ରଖି ଶିକ୍ଷାର ସାମଗ୍ରିକ ବିକାଶ ନିମନ୍ତେ ସମସ୍ତେ ଦାୟିତ୍ୱବାନ ହୋଇ ସହଯୋଗ କରିବାକୁ କହିଛନ୍ତି । ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଶିକ୍ଷାର ସାମଗ୍ରିକ ବିକାଶ ଓ ଆନନ୍ଦଦାୟକ ଶିକ୍ଷା ଦାନ ନିମନ୍ତେ ବିଦ୍ୟାଳୟ ରୂପାନ୍ତରିକରଣ ଦ୍ୱାରା ପିଲାମାନେ ଖୁସି ବ୍ୟକ୍ତ କରୁଥିବାରୁ ଏହି ଉଦ୍ୟମ ପ୍ରଶଂସନୀୟ ବୋଲି କହିଛନ୍ତି । ଶିକ୍ଷା ର ସର୍ବାଙ୍ଗୀନ ବିକାଶ ପାଇଁ ଏହି ଯୁଗାନ୍ତକାରୀ ପଦକ୍ଷେପ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହିତ ଆନ୍ତରିକ ସହଯୋଗ ପାଇଁ ଜିଲ୍ଲାପାଳ ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଏହି ଅବସରରେ ଜିଲ୍ଲାପାଳ ଅତିଥି ମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ମାନ୍ୟବର ବିଧାୟିକା ହିନ୍ଦୋଳ ଶ୍ରୀମତୀ ସୀମାରାଣୀ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ନାୟକ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ କୋଦଣ୍ଡଧର ସାହୁ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶଶାଙ୍କ ଶେଖର ଦାଶ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିନବ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଛନ୍ତି । ଶିକ୍ଷା ଭିତ୍ତିଭୂମିର ବିକାଶ-୨ ଦ୍ୱାରା ଆମେ ଶିକ୍ଷା କ୍ଷେତ୍ରରେ ଆଗୁଆ ହୋଇପାରିବା ସହିତ ଗୁଣାତ୍ମକ ଶିକ୍ଷା ଆମକୁ ବହୁଗୁଣିତ ସୁଫଳ ପ୍ରଦାନ କରିବ ବୋଲି ମତ ବ୍ୟକ୍ତ କରିଛନ୍ତି ।

ଉତ୍ସବ ପ୍ରାରମ୍ଭରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ସ୍ବାଗତ ଭାଷଣ ଦେଇ ଏହି ବିଦ୍ୟାଳୟ ରୁପାନ୍ତରିକରଣ ଆମ ଜିଲ୍ଲା ତଥା ରାଜ୍ୟ ପାଇଁ ଗର୍ବ ଓ ଗୌରବ ର ବିଷୟ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ 5T ଅନ୍ତର୍ଗତ ବିଦ୍ୟାଳୟ ରୂପାନ୍ତରିକରଣ ପତ୍ରିକାକୁ ଅତିଥି ବୃନ୍ଦ ଉନ୍ମୋଚନ କରିଥିଲେ ।

ଏହି ଲୋକାର୍ପଣ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି, ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବ୍ରହ୍ମାତ୍ରୀ ବିଶ୍ୱାଳ, ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ ର ପ୍ରତିନିଧି, ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ଅବନୀ ମିଶ୍ର ଏହି ବିଦ୍ୟାଳୟ ଲୋକାର୍ପଣ ଉତ୍ସବରେ ସଂଯୋଜନା କରିଥିଲେ । ଏହି ଅବସରରେ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।