ରାମଗଡ ଠାରେ ଦୁଗ୍ଧ ସମବାୟର ସାଧାରଣ ବୈଠକ

0
472

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୦୨/୧୨) : ହରଭଙ୍ଗା ବ୍ଲକ ରାମଗଡ ଠାରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର ରେ ଆଜି ଦୁଗ୍ଧ ସମବାୟ ଆନୁକୂଲ୍ୟରେ ରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି |

ବୈଠକ ରେ ରାମଗଡ ଠାରେ ମୁଖ୍ୟ ଅତିଥି ଭାବେ ଦୁଗ୍ଧ ସମବାୟ ର ସୁପରଭାଇଜର ଅମୁଲ୍ୟ ଓଝା ଗୋମାତା ର ସୁରକ୍ଷା, ସେବା କରିବା ସହିତ, ଆଗାମୀ ଦିନରେ ଚାଷୀ କିପରି ଦୁଗ୍ଧ ର ପରିମାଣ ବୃଦ୍ଧି କରିପାରି ନିଜର ଆର୍ଥିକ ଦୁରବସ୍ଥା କୁ ସୁଧାରି ପାରିବେ, ତାହା ଉପରେ ଆଲୋକ ପାତ କରିଥିଲେ | ସମ୍ମାନିତ ଅଥିତି ପ୍ରାଣୀଧନ ନିରୀକ୍ଷକ ନାରାୟଣ ବାରିକ ଉପସ୍ଥିତ ରହି ଚାଷୀ ମାନଙ୍କୁ ଗୋ ବୀମା ଯୋଜନା, କିଷାନ କ୍ରେଡିଟ କାର୍ଡ, ସମେତ ଦୁଗ୍ଧ ଚାଷୀ ଙ୍କ ପାଇଁ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ଲାଭ ଦାୟକ ଯୋଜନା ଉପରେ ଦୁଗ୍ଧ ଚାଷୀଙ୍କୁ ବୁଝାଇ ଥିଲେ |

ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ରାମଗଡ ଦୁଗ୍ଧ ସଂଗ୍ରହ ର ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଯୋଶୀ, ଦୁଗ୍ଧ ଚାଷୀ ଶ୍ରବଣ ଦେହୁରୀ,ଙ୍କ ସମେତ ୩୦ ଜଣ ଚାଷୀ ବୈଠକ ରେ ଉପସ୍ଥିତ ରହିଥିଲେ |