RTI ତଥ୍ୟ ରୁ “ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ବାଉଁସୁଣୀ” ଅଧିକାରୀଙ୍କ ଦୁର୍ନୀତିର ମହାଖୁଲାସା

0
384

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୦୨/୧୨) : RTI ତଥ୍ୟ ରୁ “ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ବାଉଁସୁଣୀ” ଅଧିକାରୀଙ୍କ ଦୁର୍ନୀତିର ମହାଖୁଲାସା । ବୌଦ୍ଧ ଜିଲ୍ଲା ସଦର ବ୍ଲକର ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତ କୁରେହିପଡା ଗ୍ରାମରେ ଆଶା କର୍ମୀ ନିଯୁକ୍ତି ପାଇଁ ଗତ ତା ୨୫/୦୮/୨୦୨୧ ରିଖ ରେ ନୋଟିସ୍ ବାହାରିଥିଲା । ଏହି ଆଶା ନିଯୁକ୍ତିରେ ଦୁଇ ଜଣ ଆଶାୟୀ ପ୍ରାର୍ଥୀ ଆବେଦନ କରିଥିଲେ । ଜଣେ ସାରଳା ସାହୁ ଅନ୍ୟ ଜଣେ ଲିପିରାଣୀ ମହାକୁଳ । 7cc60cf3 aad2 4eb4 b925 8f120bde07fe RTI ତଥ୍ୟ ରୁ "ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ବାଉଁସୁଣୀ" ଅଧିକାରୀଙ୍କ ଦୁର୍ନୀତିର ମହାଖୁଲାସା

ଚୟନ ପ୍ରକ୍ରିୟା ରେ ବସିଥିବା ବାବୁ ମାନେ ଓ ଉଦ୍ଧେଶ୍ୟ ମୂଳକ ଭାବରେ ଏହି ଚୟନ ପ୍ରକ୍ରିୟା କୁ ଡାକିଥିବା ଗ୍ରାମ ର କିଛି ବ୍ୟକ୍ତି ଶ୍ରୀମତୀ  ସାରଳା ସାହୁ ଙ୍କୁ ଚୟନ କରିଥିଲେ । ଏହି ଚୟନ ରେ ଶ୍ରୀମତୀ ଲିପିରାଣୀ ମହାକୁଳ ଅଭିଯୋଗ ଆଣିଥିଲେ ଓ ଅଭିଯୋଗ କରୁଛନ୍ତି ମଧ୍ୟ ।  ସାରଳା ସାହୁ ନୋଟିସ୍ ଅନୁଯାୟୀ କୌଣସି ଡକ୍ୟୁମେଣ୍ଟ ନ ଥାଇ ମଧ୍ୟ ତିଳପଙ୍ଗା ମହିଳା ସ୍ବାସ୍ଥ୍ୟ କର୍ମୀ ମାଧବୀ ଦେବି କର୍ଣ୍ଣ ତାଙ୍କର ଦରଖାସ୍ତ ଟିକୁ ଗ୍ରହଣ କଲେ। ତାହା RTI ତଥ୍ୟ ରୁ ଜଣା ପଡିଛି ।

 କିନ୍ତୁ ଦୁଃଖର ବିଷୟ ଶ୍ରୀମତୀ  ଲିପିରାଣୀ ମହାକୁଳ BDO ଙ୍କ ଠାରୁ ଆଟେଷ୍ଟଡ କରିଥିଲେ ମଧ୍ୟ ମହିଳା ସ୍ବାସ୍ଥ୍ୟ କର୍ମୀ ଶ୍ରୀମତୀ  ମାଧବୀ ଦେବୀ କର୍ଣ୍ଣ ଫୋନ ଯୋଗେ କହିଥିଲେ ଯେ BDO ଙ୍କ  ଦ୍ବାରା ଆଟେଷ୍ଟଡ ଗ୍ରହଣୀୟ ହେବ ନାହିଁ ପୂର୍ନବାର ABDO ଙ୍କ ଠାରୁ ଆଟେଷ୍ଟଡ କରିବା ପାଇଁ ନିର୍ଦ୍ଦେଶ ଦେଲେ ତାହା ବି କରାଗଲା । ଏଠାରେ ମହିଳା ସ୍ବାସ୍ଥ୍ୟ କର୍ମୀ ଶ୍ରୀମତୀ  ମାଧବୀ ଦେବୀ କର୍ଣ୍ଣ  ଲିପିରାଣୀ ଙ୍କୁ ଭ୍ରମ ରେ ପକାଇବା ପାଇଁ କି ନୋଟିସ୍ ର ନିର୍ଦ୍ଧାରିତ ତାରିଖ ଗଡାଇବା ପାଇଁ ଏହି ଭଳି ଭ୍ରମ ସୃଷ୍ଟି କରୁଥିଲେ । ଶେଷରେ ତା ୧୭/୦୯/୨୦୨୧ରିଖ ରେ ଚୟନ କରାଗଲା ।

ଚୟନ ପ୍ରକ୍ରିୟା ସ୍ଥାନ ରେ ହିଁ ଶ୍ରୀମତୀ  ଲିପିରାଣୀ ଅଭିଯୋଗ କଲେ କିନ୍ତୁ ସୁପରିକଳ୍ପିତ ବେଆନ ଭାବେ ଶ୍ରୀମତୀ  ସାରଳା ସାହୁ ଙ୍କୁ ଚୟନ କରାଗଲା ଓ ଲିପିରାଣୀ ଙ୍କୁ ନିର୍ଦ୍ଦେଶ ଦିଆଗଲା ଯେ ସାତ ଦିନ ଭିତରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ବାଉଁଶୁଣୀ ଙ୍କୁ ଲିଖିତ ଭାବେ ଅଭିଯୋଗ କରିବାକୁ ।ଲିପିରାଣୀ ନିର୍ଦ୍ଦେଶ ଅନୁସାରେ ଅଭିଯୋଗ କଲେ ହେଲେ କୌଣସି ପ୍ରକାର ତଦାରଖ କଲେ ନାହିଁ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ । ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ଆଖିବୁଜି ସବୁ କାମ କରୁଛନ୍ତି । ଏକଥା ଆମେ କହୁନୁ, କହୁଛି RTI ତଥ୍ୟ । ଲିପିରାଣୀ ଆଣିଥିବା ଅଭିଯୋଗ କୁ ପୁଙ୍ଖାନୁପୁଙ୍ଖ ତଦାରଖ କରି ପୁନର୍ବାର ଚୟନ କରିବାକୁ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ନିର୍ଦ୍ଧେଶ ଦେବାକୁ  ସାଧାରଣରେ ଦାବି ହେଉଛି ।