ଦ୍ଵିତୀୟ ତ୍ରୟମାସିକ ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବୈଠକ ଅନୁଷ୍ଠିତ

0
156

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୦୭/୧୨) : ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟସ୍ଥ ସଦଭାବନା ସଭାଗୃହ ରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ତ୍ରୟମାସିକ ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବୈଠକ ଅନୁଷ୍ଠିତ ହୋଇଛି ।

ଦ୍ଵିତୀୟ ତ୍ରୟମାସିକ ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବୈଠକ ରେ ବିଭିନ୍ନ ବିପର୍ଯ୍ୟୟ ସମୟରେ କିପରି ଜନସାଧାରଣଙ୍କ ଧନ ଜୀବନ ରକ୍ଷା କରି ସେମାନଙ୍କ ଦୈନିନ୍ଦିନ ଜୀବିକା ଜୀବନକୁ ସ୍ୱାଭାବିକ କରାଯାଇ ପାରିବ ସେଥି ପ୍ରତି ସମସ୍ତ ଉପଜିଲ୍ଲାପାଳ, ବି.ଡି.ଓ ., ତହସିଲଦାର ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ସମନ୍ଵୟ ରଖି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ଗତ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାଘାଟ ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ର ମରାମତି ଯଥାଶୀଘ୍ର ଶେଷ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି । ଏହି ବୈଠକରେ ଜିଲ୍ଲା ରେ କରୋନ ସଂକ୍ରମଣ କୁ ରୋକିବା ନିମନ୍ତେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା ।

ଜିଲ୍ଲା ରେ ବିପର୍ଯ୍ୟୟ ର ମୁକାବିଲା ଓ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ନିମନ୍ତେ ଯେଉଁ ଅନୁଷ୍ଠାନ ଭଲକାମ କରିବେ ସେହି ଅନୁଷ୍ଠାନ କୁ ପ୍ରଥମ କରି ଆରମ୍ଭ ହୋଇଥିବା ସହିଦ ବାଜି ରାଉତ ବିପର୍ଯ୍ୟୟ ପୁରଷ୍କାର ପ୍ରତିବର୍ଷ ଦଶ ହଜାର ଟଙ୍କା ର ଅର୍ଥ ରାଶି ପ୍ରାକୃତିକ ବିପର୍ଯ୍ୟୟ ଦିବସରେ ପ୍ରଦାନ କରାଯିବ ।

୨୦୨୧ – ୨୨ ଆର୍ଥିକ ବର୍ଷରେ ପଞ୍ଚାୟତ ସ୍ତରରେ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଯୋଜନା ପ୍ରଥମ କରି ଆରମ୍ଭ କରାଯିବ । ପ୍ରତ୍ୟେକ ପଞ୍ଚାୟତ କୁ ଏହି ଯୋଜନାରେ ପଚାଶ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯିବ । ଏହି ଅର୍ଥ ରାଶି ପ୍ରତି ପଞ୍ଚାୟତ ର ମିସନ ଶଲ୍ଲି ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ଦକ୍ଷତା ବିକାଶ ନିମନ୍ତେ ଗ୍ରାମ ପଞ୍ଚାୟତ ଫେଡରେଶନ ଗଠନ କରାଯାଇ ଏହାକୁ ବିପର୍ଯ୍ୟୟ ମୁକାବିଲାର ସଚେତନତା, ପ୍ରଶିକ୍ଷଣ ଏବଂ ୱାଲ ପେଣ୍ଟିଙ୍ଗ କାର୍ଯ୍ୟକ୍ରମରେ ବିନିଯୋଗ କରାଯିବ ।

ଅଦିନିଆ ବର୍ଷାରେ କ୍ଷୟକ୍ଷତି ଏବଂ ମରୁଡି ସମ୍ବନ୍ଧରେ ଆଲୋଚନା କରଯାଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଶାଙ୍କ ଶେଖର ଦାସ, ଉପ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସେଠୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଉପ ନିର୍ଦ୍ଦେଶକ, ଉଦ୍ୟାନ ବିଭାଗ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଉପ ଆରକ୍ଷୀ ଅଧିକ୍ଷକ ( ଡି.ଆଇ.ବି.) ସମେତ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇ ଥିଲେ ।

ଏହି ବୈଠକରେ ଓସ ଡମାର ଜିଲ୍ଲା ପ୍ରୋଗ୍ରାମ ଅଫିସର ଶ୍ରୀ ନିମେଇ ଚରଣ ଦାସ ପାୱାର ପଏଣ୍ଟ ମାଧ୍ୟମରେ ଜିଲ୍ଲାରେ ଘଟିଥିବା ବିଭିନ୍ନ ବିପର୍ଯ୍ୟୟ ସମ୍ପର୍କରେ ବୈଠକରେ ଅବଗତ କରାଇଥିଲେ । ପରିଶେଷରେ ଜିଲ୍ଲା ଆପାଗ କାଳୀନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧଛାୟା ମହାପାତ୍ର ଧନ୍ୟବାଦ ଦେଇଥିଲେ ।