ରାଜ୍ୟରେ ମାସ୍କ, ସାନିଟାଇଜର, ଗ୍ଲୋବ୍ସ, ପିପିଇ କିଟ୍ ପାଇଁ ଖର୍ଚ୍ଚ ହୋଇଛି ୧୩ କୋଟି ୯୦ ଲକ୍ଷ ଟଙ୍କା

0
131

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୮/୧୨) : କରୋନା ସମୟରେ ରାଜ୍ୟରେ ମାସ୍କ, ସାନିଟାଇଜର, ଗ୍ଲୋବ୍ସ ଓ ପିପିଇ କିଟ୍ ବାବଦରେ ୧୩ କୋଟି ୮୫ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ଏ ନେଇ ବିଧାନସଭାରେ ପ୍ରଶ୍ନ ପଚାରିଥିଲେ ବିଧାୟକ କୁସୁମ ଟେଟେ । ଲିଖିତ ଉତ୍ତର ରେ ଖର୍ଚ୍ଚର ହିସାବ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, କରୋନା ମୁକାବିଲା ପାଇଁ ରାଜ୍ୟରେ ମାସ୍କ, ସାନିଟାଇଜର, ଗ୍ଲୋବ୍ସ, ଭେଂଟିଲେଟର, ପିପିଇ କିଟ୍ ଆଦି ସ୍ୱଚ୍ଛ ଓ ପ୍ରତିଯୋଗିତାମୂଳକ ଉପାୟରେ କ୍ରୟ କରି ରାଜ୍ୟରେ ଥିବା ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକୁ ଯୋଗାଇ ଦିଆଯାଇଛି । ହେଲେ କେତେ ଟଙ୍କାରେ ଏନ୍-୯୫ ମାସ୍କ କିଣା ଯାଇଛି ତାହାର ତଥ୍ୟ ଦେଇନାହାନ୍ତି ସରକାର ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୫ କୋଟି ୮୯ ଲକ୍ଷ ଟଙ୍କାରେ ପିପିଇ କିଟ୍, ୧୧ ଲକ୍ଷ ୪୬ ହଜାର ୨୮୫ ଏନ୍-ମାସ୍କ, – ସାନିଟାଇଜର ପାଇଁ ୧ କୋଟି ୨୮ ଲକ୍ଷ ୧୯ ହଜାର ୬୭୩ ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ତ୍ରିସ୍ତରୀୟ ମାସ୍କ ପାଇଁ ୧ କୋଟି ୯୫ ଲକ୍ଷ ୭୦ ହଜାର ୬୫ ଟଙ୍କା ଖର୍ଚ୍ଚ ହୋଇଛି । ଗ୍ଲୋଭସ ପାଇଁ ୧ କୋଟି ୫୭ ଲକ୍ଷ ୪୬ ହଜାର ୧୨୯ ଟଙ୍କା ଖର୍ଚ୍ଚ ହୋଇଛି । ୮୨ ଲକ୍ଷ ୪୫ ହଜାର ୮୭୦ ଅପରେସନ୍ ଗ୍ଲୋଭସ୍ କିଣାଯାଇଛି ଏବଂ ଏଥିପାଇଁ ୧ କୋଟି ୧୨ ଲକ୍ଷ ୧୯ ହଜାର ୩୭୭ ଟଙ୍କା ଖର୍ଚ୍ଚ ହୋଇଛି ।