ଓଡ଼ିଶା ପୃଷ୍ଟି ମହୋତ୍ସବ ଅନୁଷ୍ଠିତ

0
183

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୨/୧୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ ପାଦ ଦେଶରେ ଥିବା ପାର୍ଶାଲି ପଞ୍ଚାୟତରେ ଓଡିଶା ଜୀବିକା ମିଶନ ତରଫରୁ ଓଡ଼ିଶା ପୃଷ୍ଟି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହା ଚଳିତ ମାସ ୬ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ ର ପାଞ୍ଚଟି ଆଞ୍ଚଳିକ ମଞ୍ଚ ନେତୃତ୍ୱରେ କରାଯାଉଛି ।

ଓଡ଼ିଶା ପୃଷ୍ଟି ମହୋତ୍ସବ ର ମୁଖ୍ୟ ଉଦ୍ଦେଶ୍ୟ ଲୋକଙ୍କ ମଧ୍ୟରେ ଅପପୃଷ୍ଟି ରୋଗ ର ସଚେତନତା ସୃଷ୍ଟି କରିବା, ଗର୍ଭବତୀ, ପ୍ରସ୍ତୁତି, ଶିଶୁ ଓ କିଶୋରୀ ବାଳିକା ମାନେ ଯେପରି ଅପପୃଷ୍ଟି ରୋଗ ର ଶିକାର ହୋଇପାରିବେ ନାହିଁ, ଏ ବିଷୟରେ ବିଭିନ୍ନ ପ୍ରକାର ଜୈବିକ ପଦ୍ଧତିରେ ଉତ୍ପାଦନ କରାଯାଉଛି । ପନିପରିବା, ଶସ୍ୟ ଜାତୀୟ, ଡାଲି ଜାତୀୟ, ଶାଗ, ହାତ ତିଆରି ପିଠା ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ର ପଦର୍ଶନୀ କରାଯାଇ ଲୋକଙ୍କୁ ସଚେତନତା କରାଯାଉଛି ।

ଲୋକମାନେ କିପରି ମୋ ଉପକାରୀ ବଗିଚା କରିବେ ସେଥିରେ ଜୈବିକ ଖତ ପ୍ରୟୋଗ କରି ବର୍ଷକ ବାର ମାସ ରେ ବଗିଚାରେ ପନିପରିବା ଉତ୍ପାଦନ କରିପାରିବେ ଏ ବିଷୟ ନେଇ ସଚେତନତା କରାଯାଉଛି । ଏହା ସହିତ ହାତଧୁଆ, ତୁଣ୍ଡି, ସାନିଟାଇ, ଶୌଚ ପାଇଁ ଯିବା ବେଳେ ଚପଲ ବ୍ୟବହାର ଓ ଶିଶୁଙ୍କୁ କିପରି ଯତ୍ନ ନେବ ଯାହା ଦ୍ୱାରା ଅପପୃଷ୍ଟି ରୋଗ ବ୍ୟାପିବ ନାହିଁ ଆଲୋଚନ କରି ସଚେତନତା କରାଯାଉଛି । ଏଥିରେ ମୁଖ୍ୟତଃ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ, କିଶୋରୀ ବାଳିକା, ପଞ୍ଚାୟତ ସଂଘ ର ସଭାନେତ୍ରୀ, ସମ୍ପାଦିକା, ସମେତ ଓ ଏଲ ଏମ ର ଗୋଷ୍ଠି ସହାୟକ ରହି ପରିଚାଳନା କରିଛନ୍ତି ।

ଏହାକୁ ବ୍ଲକ ଜୀବିକା ମିଶନ ର ସଂଯୋଜକ ଜିତେନ୍ଦ୍ର କାଜି, ମିଶନ ଶକ୍ତି ର ବ୍ଲକ ସଂଯୋଜକ ପ୍ରିୟଙ୍କା ପ୍ରିୟଦର୍ଶନୀ ମୂଲିଆ, ଓଡ଼ିଶା ଜୀବିକା ମିଶନ ର କୌଶଳ ବିକାଶର ବ୍ଲକ ପ୍ରକଳ୍ପ ଅଧିକାରୀ କଳ୍ପତରୁ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ ବ୍ଲକ ର ବହୁ ସ୍ଥାନରେ କରାଯିବ ବୋଲି କହିଛନ୍ତି ।