ଏକ ଟ୍ରକ ଧକ୍କା ରେ ସାଇକେଲ ଆରୋହୀ ମୃତ : କ୍ଷତିପୂରଣ ଦାବିରେ ଲୋକଙ୍କ ରାସ୍ତାରୋକ

0
155

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୨/୧୨) : ବିନିକା ସୋନପୁର ମୁଖ୍ୟରାସ୍ତା ରେ ନୀତି ପ୍ରତିଦିନ ଦ୍ରୁତ ଗତିରେ ବିଭିନ୍ନ ପ୍ରକାରର ଗାଡ଼ି ଯିବା ଆସିବା କରୁଛି । ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି । ଆଜି ମଧ୍ୟାହ୍ନ ପ୍ରାୟ ୧.୩୦ ସମୟରେ ଏକ ଟ୍ରକ ଧକ୍କା ରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି ।WhatsApp Image 2021 12 13 at 11.00.57 AM ଏକ ଟ୍ରକ ଧକ୍କା ରେ ସାଇକେଲ ଆରୋହୀ ମୃତ : କ୍ଷତିପୂରଣ ଦାବିରେ ଲୋକଙ୍କ ରାସ୍ତାରୋକ

ଉତ୍ତ୍ୟକ୍ତ ହୋଇ କ୍ଷତି ପୂରଣ ଦାବିରେ ଲୋକେ ରାସ୍ତାରେ ଶବକୁ ରଖି ରାସ୍ତାରୋକ ଜାରି ରଖିଛନ୍ତି । ଘଟଣା ରୁ ପ୍ରକାଶ ଯେ ବିନିକା ପାଳିପଡ଼ା ର ଗୋବିନ୍ଦ ରାଜହଂସ (୩୩) ସବୁଦିନ ପରି ଆଜି ମଧ୍ୟ ନିକଟସ୍ଥ ଦୋକାନରୁ କାମ ସାରି ସାଇକଲ ଯୋଗେ ଘର କୁ ଫେରୁଥିବା ବେଳେ ସହର ମୁଖ୍ୟ ରାସ୍ତା ର ଗଜପତି ନଗର ଠାରେ ପଛ ପଟରୁ ତାଙ୍କୁ ଏକ ଟ୍ରକ ଧକ୍କା ଦେଇ ଚାଲି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଗୋବିନ୍ଦର ମୃତ୍ୟୁ ଘଟିଥିଲା ।

ଏହି ଘଟଣା ପ୍ରଘଟ ହେବାପରେ ଉତ୍ତକ୍ତ ଲୋକେ କ୍ଷତି ପୂରଣ ଦାବି ନେଇ ଗୋବିନ୍ଦ ର ଶବ କୁ ରାସ୍ତା ଉପରେ ରଖି ଆନ୍ଦୋଳନ ଜାରି ରଖିଥିବା ଜଣାପଡିଛି । ଘଟଣା ସ୍ଥଳରେ ସୁବର୍ଣ୍ଣପୁର ଏସଡିପିଓ ପୁଷ୍ପାଞ୍ଜଳି ନିଗ୍ନୀ ଅତିରିକ୍ତ ତହସିଲଦାର ରୂପକ କୁଜୁର ଙ୍କ ସମେତ ସମସ୍ତ ପୁଲିସ ଷ୍ଟାଫ ଉପସ୍ଥିତ ରହି ବୁଝାସୁଝା ପରେ ମଧ୍ୟ ରାସ୍ତାରୋକ ହଟିନାହିଁ । ଧକ୍କା ଦେଇ ଚାଲିଯାଇଥିବା ଟ୍ରକ ଟି (MH-27BX 3685) ସୋନପୁର ପୁଲିସ ହେପାଜତରେ ଥିବା ସୂଚନା ମିଳିଛି ।

ପ୍ରକାଶ ଥାଉ କି ଏହି ରାସ୍ତାରେ ପ୍ରତେକ ଦିନ ଶହ ଶହ ସଂଖ୍ୟରେ ଭାରି ଯାନ ଯିବା ଆସିବା କରୁଛି । ରାସ୍ତା ଅଣଓସରିଆ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି । ତେଣୁ ରାସ୍ତା ର ଉନ୍ନତିକରଣ କରିବାକୁ ଦାବି ସାଧାରଣରେ ହେଉଛି ।