ରାୟଗଡ଼ା ଜିଲ୍ଲା ସିଭିଲ କୋର୍ଟ ପରିସରରେ ୦୪ ପାଳି ଲୋକ ଅଦାଲତ ଅନୁଷ୍ଠିତ

0
184

ରିପୋର୍ଟ : ନରତ୍ତମ ପାଢୀ
ରାୟଗଡ଼ା, (୧୧/୧୨) : ଆଜି ସକାଳେ କୋଭିଡ ନିୟମ ପାଳନ କରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡ଼ା ଆନୁକୁଲ୍ୟରେ ରାୟଗଡ଼ା ଜିଲ୍ଲା ସିଭିଲ କୋର୍ଟ ପରିସରରେ ଆଜି ୦୪ ପାଳି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା ।

ଏହି ଲୋକ ଅଦାଲତରେ ରାୟଗଡ଼ା ଜିଲ୍ଲା ଜିଲ୍ଲା ସିଭିଲ କୋର୍ଟ ସମେତ ଗୁଣୁପୁର, ବିଷମକଟକ ଓ କାଶିପୁର ରେ ଦୀର୍ଘ ଦିନ ଧରି ପଡିରହିଥିବା ୭୧ ଟି ମାମଲା ଫଇସଲା ହୋଇ ଟଙ୍କା ୫୩,୦୧,୦୧,୩୨୯ ଓ ପ୍ରିଲିତିଗେସନ ସମ୍ବର୍ଦ୍ଧିତ ୧୬ ଟି ମାମଲା ଫଇସଲା ହୋଇ ଟଙ୍କା ୦୩,୭୮,୦୦୦ ସ୍ଥିର କରାଯାଇଛି । ଏହି ଲୋକ ଅଦାଲତ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜର୍ଜ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ କୁ ଶ୍ରୀ ମନୋରଞ୍ଜନ ମିଶ୍ର ପରିଚାଳନା କରିଥିଲେ ।

ଏଥିରେ ପରିବାର ଅଦାଲତ ବିଚାରପତି ଶ୍ରୀଯୁକ୍ତ ଅମୃତ ରଞ୍ଜନ ନନ୍ଦଙ୍କ, ସ୍ଥାୟୀ ଲୋକ ଅଦାଲତ ର ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ବ୍ରହ୍ମା, ଫାଷ୍ଟ ଟ୍ରାକ ଏଡିଜେ ଶ୍ରୀ ଗଣେଶ୍ୱର ପତି, ସିଜେଏମ୍ ଶ୍ରୀ ମୋନୋରଞ୍ଜନ ଦାସ, ରେଜିଷ୍ଟର ପ୍ରତିମା ପତି, ବରିଷ୍ଠ ଦିୱାନ୍ ବିଚାରପତି ଶ୍ରୀମତୀ ସତରୂପା ଶତପଥି, ମହିଳା କୋର୍ଟ ର ବିଚାରପତି ସୋନାଲ ଶର୍ମା ଓ ଜିଲ୍ଲା ଜର୍ଜ କର୍ମଚାରୀ ମାନଙ୍କ ସହଯୋଗ ରେ ପରିଚାଳିତ ହୋଇଥିଲା ।