Friday, March 29, 2024

Top 5 This Week

Related Posts

ଭାରତ ର ହରନାଜ୍‍ ସାନ୍ଧୁ ମିସ୍‍ ୟୁନିଭର୍ସ ୨୦୨୧

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୩/୧୨) : ଲିଭା ମିସ୍‍ ଦିଭା ୟୁନିଭର୍ସ ୨୦୨୧ ରେ ଭାରତ ର ହରନାଜ୍‍ ସାନ୍ଧୁ ଆନୁଷ୍ଠାନିକ ଭାବରେ ମିସ୍‍ ୟୁନିଭର୍ସ ୨୦୨୧ ବିଜୟିନୀ ଘୋଷିତ ହୋଇଛନ୍ତି ।

ମିସ୍‍ ପାରାଗୁଏ ଏବଂ ମିସ୍‍ ସାଉଥ ଆଫ୍ରିକାଙ୍କ ସହିତ ପ୍ରତିଯୋଗିତା କରି ଶେଷରେ ଭାରତ ର ହରନାଜ୍‍ ଏହି ମୁକୁଟ ପିନ୍ଧିଛନ୍ତି । ପ୍ରଥମେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବା ହରନାଜ ପରବର୍ତ୍ତୀ ସମୟରେ ଶ୍ରେଷ୍ଠ ୩ ଜଣଙ୍କ ମଧ୍ୟରେ ନିଜକୁ ସ୍ଥାନ ଦେବାରେ ସଫଳ ହୋଇଥିଲେ । ଏହାପରେ ତାଙ୍କୁ ନେଇ ଦେଶବାସୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଥିବା ବେଳେ ଚୂଡାନ୍ତ ଫଳାଫଳ ଘୋଷଣା ସମୟରେ ହରନାଜ ୭୦ ତମ ମିସ୍‍ ୟୁନିଭର୍ସ ୨୦୨୧ ମୁକୁଟ ପିନ୍ଧିବା ତାଙ୍କ ଶୁଭେଚ୍ଛୁ, ପ୍ରଶଂସକ ଏବଂ କୋଟି କୋଟି ଭାରତୀୟ ପାଇଁ ଗୌରବ ଆଣିଦେଇଛି । ସେ ତୃତୀୟ ଭାରତୀୟ ଯୁବତୀ ଭାବରେ ଏହି ଟାଇଟଲ ହାସଲ କରିଛନ୍ତି ।

Popular Articles