Friday, March 29, 2024

Top 5 This Week

Related Posts

ମହଙ୍ଗା ହେବ ଇଣ୍ଟର୍‌ନେଟ୍ ସେବା ! ଆଗକୁ ବଢ଼ିପାରେ ବ୍ରଡ୍‌ ବ୍ୟାଣ୍ଡ୍‌ ଟାରିଫ୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୩/୧୨) : ମହଙ୍ଗା ହେବ ଇଣ୍ଟର୍‌ନେଟ୍ ସେବା ! ନିକଟରେ ଟେଲିକମ୍‌ କମ୍ପାନୀ ଗୁଡ଼ିକ କିଛି ବର୍ଗରେ ଟାରିଫ୍‌ ବୃଦ୍ଧି କରିଛନ୍ତି । ନିକଟ ଭବିଷ୍ୟତରେ ବ୍ରଡ୍‌ ବ୍ୟାଣ୍ଡ୍‌ ଟାରିଫ୍‌ ବୃଦ୍ଧି ଘଟିପାରେ ବୋଲି କୁହାଯାଉଛି । 

ବ୍ରଡ୍‌ ବ୍ୟାଣ୍ଡ୍‌ ର ବର୍ତ୍ତମାନ ର ପ୍ଲାନ ଅନୁସାରେ କମ୍ପାନି ଗୁଡିକର କାରବାର କ୍ଷତି ହେଉଥିବା ଶିଳ୍ପ ପକ୍ଷରୁ ସୂଚନା ମିଳିଛି । ତେଣୁ ଆଗକୁ ମହଙ୍ଗା ହେବ ଇଣ୍ଟର୍‌ନେଟ୍ ସେବା । ଟେଲିକମ୍‌ କମ୍ପାନୀ ଗୁଡ଼ିକ ତିଷ୍ଠି ରହିବା ଲାଗି ନିକଟରେ ୨୦% ଟାରିଫ୍‌ ବୃଦ୍ଧି କରିଥିଲେ । ଠିକ୍‌ରେ ସେବା ଯୋଗାଣ ଲାଗି ପ୍ରାୟ ୨୦% ମୂଲ୍ୟ ବୃଦ୍ଧି ର ଆବଶ୍ୟକତା ରହିଥିବା ମେଘବେଲା ବ୍ରଡ୍‌ ବ୍ୟାଣ୍ଡ୍‌ ର ସହ ପ୍ରତିଷ୍ଠାତା ତପବ୍ରତ ମୁଖାର୍ଜୀ କହିଛନ୍ତି । ମାର୍କେଟ ଟ୍ରେଣ୍ଡ ଅନୁସାରେ ଓଟିଟି ଷ୍ଟ୍ରିମିଂ ସର୍ଭିସ ମାଗଣା ପ୍ରଦାନ କରାଯାଉଛି । ଏହା ଦ୍ୱାରା ଇଣ୍ଟରନେଟ ସେବା ଯୋଗାଣକାରୀ କମ୍ପାନିଗୁଡ଼ିକ ଉପରେ ଚାପ ଆସୁଛି ।

ତେବେ ବ୍ରଡ୍‌ବ୍ୟାଣ୍ଡ ଦେୟ ବଢିବା ପ୍ରମୁଖ କମ୍ପାନୀ ଗୁଡ଼ିକ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଗ୍ରାହକ ପିଛା ଉନ୍ନତ ହାରାହାରି ରାଜସ୍ୱ ଲାଭ କରିବା ଲାଗି ପ୍ରମୁଖ କମ୍ପାନି ଗୁଡ଼ିକ ବିଭିନ୍ନ କୌଶଳ ଉପରେ କାମ କରୁଛନ୍ତି । ଅପରପକ୍ଷରେ ଆଞ୍ଚଳିକ ସ୍ତରରେ ଥିବା କମ୍ପାନି ଗୁଡ଼ିକର ଉପସ୍ଥିତି ଏତେଟା ନ ଥିବାରୁ କାରବାର କ୍ଷତି ସହୁଛନ୍ତି ।

Popular Articles