ପୁଣି ଚଉଦ କୋଟି ରୁ ଊର୍ଧ୍ୱ ଟଙ୍କା ର ବେଆଇନ ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

0
153

ରିପୋର୍ଟ : ବିଭୁତି ଲହରିୟା
ବାଲିଗୁଡ଼ା, (୧୩/୧୨) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଜାରି ରହିଛି ଅପରେସନ୍ ନୀଳ ଜହର । ପୁଣି ଚଉଦ କୋଟି ରୁ ଊର୍ଧ୍ୱ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ କୁ ନଷ୍ଟ କଲା ପୋଲିସ ।

ମହାସିଂ ଓ ଆଡି ମାହା ପଞ୍ଚାୟତ ର ଗୁମାପଦର, ସିଟୁପାଜି ଅଞ୍ଚଳରେ ୧୪୫ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍ ଗଞ୍ଜେଇ ଚାଷ । ବାଲିଗୁଡ଼ା ଏସଡିପିଓ ଆଇପିଏସ୍ ଜି.ଆର ରାଘବେନ୍ଦ୍ର ଙ୍କ ତତ୍ୱାବଧାନ ଓ ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ୱରେ ସଶସ୍ତ ପୋଲିସ ବାହିନୀ ଓ ଅବକାରୀ ପୋଲିସ୍ ଏହି ଅଞ୍ଚଳରେ ଚଢ଼ାଉ କରି ପୁଣି ଚଉଦ କୋଟି ରୁ ଊର୍ଧ୍ୱ ଟଙ୍କା ର ଗଞ୍ଜେଇ ଗଛ କାଟି ସେଥ୍‌ରେ ନିଆଁ ଲଗାଇ ପୋଡ଼ି ନଷ୍ଟ କରିଛନ୍ତି । କନ୍ଧମାଳ ଏସପି ଭିନିତ୍ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ଏହି ଅପରେସନ୍ ଜାରି ରହିଛି ।

ଏ ନେଇ ବାଲିଗୁଡା ଥାନାରେ ଏକ ମାମଲା ୨୬୫/୨୧ ରେ ରୁଜ୍ଜୁ କରାଯାଇ ତଦନ୍ତ କରାଯାଉଥିବା ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି । ଏଥିରେ ପୋଲିସ ବାହିନୀ, ଅବକାରୀ ଓ ରାଜସ୍ୱ ବିଭାଗ ଅଧିକାରୀ ସହଯୋଗ କରିଥିଲେ ।