ଏସଵିଆଇ ଏଟିଏମ ନିକଟ ରେ ପ୍ରଧାନ ଶିକ୍ଷକ ଙ୍କ ଠାରୁ ଟଙ୍କା ଝାମ୍ପି ନେଲେ ଲୁଟେରା

0
169

ରିପୋର୍ଟ : ବିଭୁତି ଲହରିୟା
ବାଲିଗୁଡା, (୧୩/୧୨) : ବାଲିଗୁଡା ବନ୍ଧ ପାଖରେ ଥିବା ଏସଵିଆଇ ଏଟିଏମ ନିକଟ ରେ ଦୁଇ ଟି ବାଇକ ରେ ଆସି ଚାରି ଜଣ ଦୁର୍ବୁତ୍ତ ଜଣେ ଶିକ୍ଷକ ଙ୍କ ଠାରୁ ଟଙ୍କା ଥିବା ବ୍ୟାଗ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି l

ବାଲିଗୁଡା ମୁଣ୍ଡାସାହି ପ୍ରାଥମିକ ବିଦ୍ୟାଳୟ ର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ନାୟକ ଙ୍କ ଠାରୁ ଏସଵିଆଇ ଏଟିଏମ ନିକଟ ରେ ଦୁଇ ଲକ୍ଷ ସତୁରି ହଜାର ଟଙ୍କା ଝାମ୍ପି ନେଇ ଲୁଟେରା ଫେରାର ହୋଇ ଗଲେ l ସୂଚନା ଅନୁଯାୟୀ ପ୍ରଧାନ ଶିକ୍ଷକ ମୁଣ୍ଡାସାହି ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଟଙ୍କା ଉଠେଇବାକୁ ବାଲିଗୁଡା ଏସଵିଆଇ ବ୍ୟାଙ୍କ ର ମେନ ବ୍ରାଞ୍ଚ କୁ ଆସିଥିଲେ l

ବ୍ୟାଙ୍କ ରୁ ଦୁଇ ଲକ୍ଷ ସତୁରି ହଜାର ଟଙ୍କା ଉଠେଇ ନିଜ ବାଇକ ଯୋଗେ ବ୍ୟାଗ ରେ ଟଙ୍କା ଧରି ସ୍କୁଲ କୁ ଫେରୁଥିଲେ l ବାଲିଗୁଡା ବନ୍ଧ ନିକଟରେ ଦୁଇ ଟି ବାଇକ ରେ ଚାରି ଜଣ ଦୁର୍ବୁତ୍ତ ପିଛା କରିବା ସହ ଦୁଇଟି ବାଇକ ରୁ ଗୋଟିଏ ବାଇକ ପ୍ରଧାନ ଶିକ୍ଷକ ଙ୍କ ବାଇକ କୁ ଧକ୍କା ଦେଇଥିଲା l ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ନାୟକ ତଳେ ପଡିଯିବା ପରେ ଅନ୍ୟ ଏକ ବାଇକ ରେ ପଛ ପଟୁ ଆସି ଟଙ୍କା ଭର୍ତ୍ତି ବେଗ ଟିକୁ ଝାମ୍ପି ନେଇ ଦୁର୍ବୁତ୍ତ ଦ୍ରୁତ ଗତି ରେ ବାଇକ ରେ ଫେରାର ହୋଇ ଯାଇଛନ୍ତି l

ଟଙ୍କା ଲୁଟ ନେଇ ପ୍ରଧାନ ଶିକ୍ଷକ ବାଲିଗୁଡା ଥାନା ରେ ଲିଖିତ ଅଭିଯୋଗ କରିବା ପରେ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଲୁଟେରା ଅଭିଯୁକ୍ତ କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ କହିଛନ୍ତି l