ଦିବ୍ୟ କାଶୀ ପରିଯୋଜନା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଳନ

0
146

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୧୩/୧୨) : ଅଦ୍ୟ ୧୩/୧୨/୨୧ ସୋମବାର ଦିନ ଚିତ୍ତଲପୁର ଶ୍ରୀ ଶ୍ରୀ ଶ୍ରୀ ଉଗ୍ରେଶ୍ୱର ମହାଦେବ ଙ୍କ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୋଳ ବ୍ଲକ ବାବନ୍ଧ ମଣ୍ଡଳ ସଂଯୋଜକ ମିଲନ ରାଉତ ଙ୍କ ସଂଯୋଜନା ରେ କାଶୀ ବାବା ବିଶ୍ୱନାଥ ଙ୍କ ଭାରତ ବର୍ଷ ର ୧୭୦୦ ଶହ ବର୍ଷ ତଳ ର ଭବ୍ୟ ଦିବ୍ୟ କାଶୀ ପରିଯୋଜନା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଳନ କରାଯାଇଥିଲା |WhatsApp Image 2021 12 14 at 9.51.24 AM ଦିବ୍ୟ କାଶୀ ପରିଯୋଜନା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଳନ

ଏହି ଦିବ୍ୟ କାଶୀ ପରିଯୋଜନା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ରେ ଶ୍ରୀମାନ ସୁଶାନ୍ତ ପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭଗବାନ କାଶୀ ବିଶ୍ୱନାଥ ଙ୍କ ମହିମା ଜନସାଧରଣ ଙ୍କୁ ଅବଗତ କରାଇଥିଲେ | ଉକ୍ତ ଉତ୍ସବ ରେ ମଣ୍ଡଳ ସଭାପତି ଅଶୋକ ରାଉତ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଙ୍କ ବିଶ୍ୱ କଲ୍ୟାଣ କାରି ବାବାଙ୍କ ମନ୍ଦିର କୁ ଭବ୍ୟ ରୂପ ଦେଇ ସମଗ୍ର ଦୁନିଆ ରେ ଭାରତୀୟ ଙ୍କୁ ଓଁ ସନାତନ ଧର୍ମ ର ପ୍ରସାର କରାଇଥିବା ରୁ ବାବନ୍ଧ ମଣ୍ଡଳ ଜନସାଧାରଣ ଙ୍କ ତରଫରୁ ପ୍ରଧାନମନ୍ତ୍ରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ, ଭାଇ ଧର୍ମେନ୍ଦ୍ର ପ୍ରଧାନକୁ କୃତଜ୍ଞତା ଜଣାଇ ଥିଲେ |

ଉକ୍ତ ଉତ୍ସବରେ, ମନୋଜ ପଟ୍ଟନାୟକ, ମଧୁସୁଦନ ମହାପାତ୍ର, ବ୍ରଜବନ୍ଧୁ ମହାପାତ୍ର, ଆର୍ତ୍ତତ୍ରାଣ ମହାପାତ୍ର, କୃଷ୍ଣ ମହାପାତ୍ର, ଗିରିଶ ମହାପାତ୍ର, କାନ୍ଦୁର ମହାପାତ୍ର ଓ ଗ୍ରାମବାସୀ ମନ୍ଦିର କମିଟି ସଦସ୍ୟ ଉପସ୍ଥିତ ହୋଇ Youtube ମାଧ୍ୟମରେ, ମହୋତ୍ସଵ ସିଧା ପ୍ରସାରଣ ଦେଖିଥିଲେ ।