ପ୍ରାଥମିକ ବିଦ୍ୟାଳୟ କୁ ପୁନର୍ବାର ଖୋଲିବା ପାଇଁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଦାବୀ

0
171

ରିପୋର୍ଟ : ଏନ. ସନ୍ତୋଷ
ବୈପାରୀଗୁଡା, (୧୫/୧୨) : ପ୍ରାଥମିକ ବିଦ୍ୟାଳୟ କୁ ପୁନର୍ବାର ଖୋଲିବା ପାଇଁ ଗ୍ରାମବାସୀଙ୍କ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କୁ ଲିଖିତ ଦାବୀ ପ୍ରଦାନ କରାଯାଇଛି l

ବୈପାରୀଗୁଡା ବ୍ଲକ କୋଲାର ପଞ୍ଚାୟତ ଅନ୍ତର୍ଗତ କସମଗୁଡା, ଭାଲୁଗୁଡା, ଚାପଡିଆଗୁଡା, ପରଜାଅଟlଲ, କଟନପାବିଲ୍ଲି ଗ୍ରାମ ର ଗ୍ରାମବାସୀ ମାନେ ଆଜି ବୈପାରୀଗୁଡା ବିଇଓ ଅଫିସ କୁ ଆସି ସେମାନଙ୍କ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ କୁ ପୁନର୍ବାର ଖୋଲିବା ପାଇଁ ଲିଖିତ ଭାବେ ଦାବୀ ଜଣାଇଛନ୍ତି l

ଗତ ବାର ବର୍ଷ ଧରି ଚାଲିଥିବା ବିଦ୍ୟାଳୟ କୋଡିଏ ରୁ କମ ପିଲା ଥିବା ସ୍କୁଲକୁ ୩ ବର୍ଷ ପୂର୍ବେ ସରକାର ବନ୍ଦ କରି ପାଖରେ ଥିବା ସ୍କୁଲରେ ମିଶ୍ରଣ କରିଥିବା ବେଳେ ବର୍ତ୍ତମାନ ସରକାର ଏକ ନୂଆ ନିୟମ ଘୋଷଣା କରିବା ପରେ କସମଗୁଡା ଠାରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଏଠାରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ର ପିଲା ସଂଖ୍ୟା ପଚାଶ ହେଉଥିବାରୁ ଏଠାକାର ସ୍କୁଲ ପୁନର୍ବାର ଖୋଲିବା ସକାଶେ ଗ୍ରାମବାସୀ ଆଜି ବୈପାରୀଗୁଡା ଆସି ଗୋଷ୍ଠି ଶିକ୍ଷାଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l

ସରକାରଙ୍କ ନୂଆ ଶିକ୍ଷା ନିୟମ ଅନୁସାରେ ଉପଯୁକ୍ତ ପିଲା ସଂଖ୍ୟା ଥିବା କାରଣରୁ ବନ୍ଦ ହୋଇଥିବା ସ୍କୁଲକୁ ପୁନର୍ବାର ଖୋଲିବା ସକାଶେ ଦାବୀ ପତ୍ର ଜଣାଇଛନ୍ତି ।