ସାତକୋଶିଆ ଅଭୟାରଣ୍ୟ ରେ ୧୫ ରୁ ୨୩ ତାରିଖ ପର୍ଯ୍ୟନ୍ତ ବାଘ ଗଣନା

0
165

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୫/୧୨) : ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସାତକୋଶିଆ ଅଭୟାରଣ୍ୟ ରେ ତା ୧୫/୧୨/୨୦୨୧ ଠାରୁ ୨୩/୧୨/୨୦୨୧ ପର୍ଯ୍ୟନ୍ତ ବାଘ ଗଣନା କରାଯିବ ।WhatsApp Image 2021 12 15 at 9.16.49 AM ସାତକୋଶିଆ ଅଭୟାରଣ୍ୟ ରେ ୧୫ ରୁ ୨୩ ତାରିଖ ପର୍ଯ୍ୟନ୍ତ ବାଘ ଗଣନା

ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ପଦ୍ମତୋଳା, ସାତକୋଶିଆ, ବାଇଶିପଡ଼ା, ଗଣିଆ, ବଡ଼ମୁଲ, ସୀତଲପାଣି, ଛାମୁଣ୍ଡିଆ, ଵାଣିଗୋଚ୍ଛା ଓ ହରଭଙ୍ଗା ଅଞ୍ଚଳ ରେ ଥିବା କୁସଙ୍ଗ ବନ୍ୟପ୍ରାଣୀ ସମସ୍ତ ଜଙ୍ଗଲ ଓ ମାଧପୁର ରେଞ୍ଜ ଅଧୀନରେ ଥିବା ସାତଖଣ୍ଡ, ତଳଗାଁ, ଗଣ୍ଡାପାଜୁ ଆଦି ୩୬ ଟି ବିଟ୍ ଅଞ୍ଚଳରେ ଆଜିଠାରୁ ୩୬ ଟି ୟୁନିଟ କରାଯାଇ ୧୮୦ ଜଣ କର୍ମଚାରୀ ଏହି ଗଣନା ସାହାଯ୍ୟ ରେ ସାମିଲ ହେବେ ଏବଂ ପ୍ରତି ଟିମରେ ୫ ଜଣ ଲେଖାଏଁ ସଦସ୍ୟ ରହିବେ ବୋଲି ନୟାଗଡ଼ ବନ୍ୟପ୍ରାଣୀ ବିଭାଗ ଡି. ଏଫ. ଓ. ସମୀର କୁମାର ଶତପଥି ଆମ ପ୍ରତିନିଧି ଙ୍କୁ ସୂଚନା ଦେଇଛନ୍ତି ।

ଅଭୟାରଣ୍ୟ ଭିତରେ କ୍ୟାମେରା ଲଗାଯିବ ସହ ବାଇନାକୁଲର ପ୍ରଭୁତି ସରଞ୍ଜାମ ବ୍ୟବହାର କରାଯିବ । ଏହି ଗଣନା କାର୍ଯ୍ୟରେ ନିୟୋଜିତ କର୍ମଚାରୀ ମାନଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଥିବା ଡି. ଏଫ. ଓ. ଶ୍ରୀ ଶତପଥି ପ୍ରକାଶ କରିଛନ୍ତି ।