ବୈପାରୀଗୁଡା ର ବିଭିନ୍ନ ସ୍ଥାନରେ ବାପୁଜୀଙ୍କ ୧୫୨ ତମ ଜନ୍ମ ଦିବସ ପାଳିତ

0
284

ରିପୋର୍ଟ : ଏନ. ସନ୍ତୋଷ
ବୈପାରୀଗୁଡା,(୦୩/୧୦) : ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ । ୧୫୨ ତମ ଜନ୍ମ ଦିନରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ଦେଶ । ବୈପାରୀଗୁଡା ର ବିଭିନ୍ନ ସ୍ଥାନରେ ବାପୁଜୀଙ୍କ ୧୫୨ ତମ ଜନ୍ମ ଦିବସ ପାଳିତ । ଆଜିର ଦିନକୁ ସାରା ଦେଶ ଅନ୍ତର୍ଜାତୀୟ ଅହିଂସା ଦିବସ ଭାବେ ପାଳନ କରାଯାଉଥିବା ବେଳେ ବୈପାରୀଗୁଡା ବିଜେଡି ପାର୍ଟି ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆଜି ମେଡିକାଲ ପରିବେଶ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା l

ବୈପାରୀଗୁଡା ର ବିଭିନ୍ନ ସ୍ଥାନରେ ବିଜୁ ଜନତା ଦଳର କର୍ମୀମାନେ ହାତରେ ଝାଡୁ, କୋଦାଳ ଧରି ଆଜି ସକାଳେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପଡ଼ିଥିବା ଅଳିଆ ଆବର୍ଜନା ଗୁଡିକ ସଫା କରିଥିଲେ l ଏଥିସହ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ରୋଗୀଙ୍କ ବେଡ଼ ନିକଟକୁ ଯାଇ ଶୁଖିଲା ଖାଦ୍ୟ ବଣ୍ଟନ ସହ ଫଳପ୍ରଦାନ କରି ଲୋକଙ୍କୁ ସଚେତନ କରିଥିଲେ ଲ ସେହିପରି ବୈପାରୀଗୁଡା ବିଏସଏଫ କମାଣ୍ଡ ଅଜୟ କୁମାରଙ୍କ ନେତୃତ୍ୱରେ ୧୫୨ ତମ ଗାନ୍ଧୀ ଜୟନ୍ତୀ ଅବସରରେ ଗାଁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ବୈପାରୀଗୁଡା ୧୫୧ ବିଏନ ବିଏସଏଫ ଏବଂ ଦଣ୍ଡାବାଡି ବିଏସଏଫ ପକ୍ଷରୁ ସଫେଇ କାର୍ଯ୍ୟକ୍ରମରେ ଯବାନମାନେ ଅଂଶଗ୍ରହଣ କରିଥିଲେ l ବୈପାରୀଗୁଡା ସିଡିପିଓ ଜି ସୀତାକୁମାରୀଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ମଧ୍ୟ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି l ଛୋଟ ଛୋଟ ଛୁଆ ଙ୍କୁ ନେଇ କେନ୍ଦ୍ରରେ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ସହ ସ୍ୱଚ୍ଛତା କୁ ନେଇ ଆଲୋକପାତ କରାଯାଇଛି l ଦେଶ ଗଠନରେ ଗାନ୍ଧୀଜିଙ୍କ ଭୂମିକା ଏବଂ ତାଙ୍କ ଅହିଂସା ଜୀବନୀ ବିଷୟରେ ବୁଝାଯାଇଛି l ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି l