ଆସନ୍ତା କାଲି ଜଗନ୍ନାଥ ଓ ଶ୍ରୀଧର ବିଜେଡ଼ିରେ ମିଶିବେ

0
362

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୧୬/୧୨) : ଆସନ୍ତା କାଲି ବିଜେଡ଼ି କାଶୀନଗର ବ୍ଲକ ତରଫରୁ ଏକ ମେଗା ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ।

ଆସନ୍ତା କାଲି ଖୁରୀଗମ୍ ଠାରେ ଏକ ବିରାଟ ମିଶ୍ରଣ ପର୍ବ ପାଇଁ ସମସ୍ତ ତଦାରଖ କରୁଛନ୍ତି ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ତଥା ବିଜେଡ଼ିର ବରିଷ୍ଠ ନେତା ଜି. ତିରୁପତି ରାଓ । ଏହାଙ୍କ ସହ ଜିଲ୍ଲା ବିଜେଡ଼ି ଉପସଭାପତି କେ ମଧୁ, ବ୍ଲକ ସଭାପତି ଅର୍.ରାମ ପ୍ରସାଦ, ଟାଉନ୍ ସଭାପତି ରଘୁରାମ ସାହୁ, କେ ରାମ ରାଓ ଓ ବହୁ ନେତା ଓ କର୍ମୀ ଲାଗି ପଡିଛନ୍ତି । ଆସନ୍ତାକାଲି ବୈଠକରେ ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ପର୍ଯ୍ୟବେକ୍ଷକ ଶ୍ରୀ ଅତନୁ ସବ୍ୟସାଚୀ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଆବାହକ ସୁଧୀର ଦାସ ଓ ଜିଲ୍ଲା ସ୍ତରୀୟ ନେତା ମାନେ ଯୋଗ ଦେବେ ବୋଲି ଜଣାଯାଇଛି ।

ଏହି ମିଶ୍ରଣ ପର୍ବରେ ଖଣ୍ଡବା ସରପଞ୍ଚ ଜଗନ୍ନାଥ ଦୋରା ଓ ଏହାଙ୍କ ସମର୍ଥକ ମାନେ ବହୁ ସଂଖ୍ୟାରେ ଯୋଗ ଦେବେ।ସେପଟ ଜୋନ୍ ୨ ରୁ କିଡ଼ିଗମ୍ ପଞ୍ଚାୟତ ର ଟାଣୁଆ ନେତା ବି.ଶ୍ରୀଧର ଓ ତାଙ୍କ ସାର୍ଥକଙ୍କ ସହ ବିଜେପି ଓ କଂଗ୍ରେସର ବହୁ କର୍ମୀ ଓ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏତଦ୍ ବ୍ୟତୀତ ଗଜପତି ଜିଲ୍ଲାର ବିଶିଷ୍ଟ ଶିଳ୍ପପତି ଡ. ତିରୁପତି ପାଣିଗ୍ରାହୀ ତଥା ବିଜେଡ଼ି ସଂଘଠକ ଶ୍ରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହେବାକୁ ଯାଉଛି ।