ସଇଁତଲା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଲେ ଅବନୀ ସାହୁ

0
216

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୧୬/୧୨) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଅବନୀ ସାହୁ ଯୋଗ ଦେଇଛନ୍ତି । ଶ୍ରୀ ଅବନୀ ସାହୁ ପୂର୍ବରୁ ଟିଟିଲାଗଡ଼ ରେଲୱେ ଜିଆର୍ପି ପୋଲିସ ଅଧିକାରୀ ଦାଇତ୍ୱ ରେ ରହି ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିପାରିଥିଲେ ।

ଟିଟିଲାଗଡ଼ ରେଳ ଜନକ୍ସନ ଦେଇ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ପଟୁ ବ୍ୟାପକ ବିସ୍ପୋରକ ସାମଗ୍ରୀ ଓଡ଼ିଶା ର ବିଭିନ୍ନ ପ୍ରାନ୍ତଃ ତଥା ଛତିଶଗଡ଼ ରାଜ୍ୟ କୁ ଚାଲାଣ କରାଯାଉଥିବା ବେଳେ ମାଓବାଦୀ ଗତିବିଧି ବୃଦ୍ଧି ପାଉଥିବା ବେଳେ ସେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିପାରି ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ । ସେହିପରି ଦାଦନ ଚାଲାଣ, ଚୋରି, କୋଇଲା ଚୋରି ପରି ଅସାମାଜିକ କାର୍ଯ୍ୟକଳାପ ନିୟନ୍ତ୍ରଣ କରିପାରି ଥିଲେ । ତତ୍କାଳୀନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଙ୍କ ଅନ୍ୟତ୍ର ବଦଳି ହେବା ପରେ ସଇଁତଲା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଶ୍ରୀ ସାହୁ ଯୋଗଦେଇଛନ୍ତି ।

ନୂତନ ଥାନା ଅଧିକାରୀ ଭାବେ ଯୋଗଦେବା ପରେ ସଇଁନ୍ତଲା ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହିତ ଭାଇଚାରା ସୃଷ୍ଟି କରିବା ଓ ଅପରାଧ ରୋକିବା ମୂଳ ଲକ୍ଷ ରହିଛି ବୋଲି ନୂତନ ଥାନା ଅଧିକାରୀ ଅବନୀ ସାହୁ ସୂଚନା ଦେଇଛନ୍ତି ।