ଏକଲବ୍ୟ ମଡେଲ ବିଦ୍ୟାଳୟ ନିର୍ମାଣ ସ୍ଥାନ ପରିବର୍ତ୍ତନ ପାଇଁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

0
313

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୧୬/୧୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତବାସୀ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ନିର୍ମାଣ ପାଇଁ ଜିଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ମାନ୍ୟବର କେନ୍ଦ୍ର ସରକାରଙ୍କ ଦ୍ୱାରା ଉକ୍ତ ବ୍ଲକରେ ଯେକୌଣସି ଠାରେ ସରକାରଙ୍କ ନିୟମାନୁସାରେ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ନିର୍ମାଣ ନିମନ୍ତେ ମଞ୍ଜୁର ହୋଇଥିଲା । ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଭର୍ଚୁଆଲ ଜରିଆରେ ସୁନାଖଣ୍ଡି ପଞ୍ଚାୟତ ର ପ୍ରଧାନୀ ଗୁଡା ନିକଟରେ ବିଦ୍ୟାଳୟ ର ଶୁଭ ଉଦଘାଟନ କରିଥିଲେ । ଏହି ବିଦ୍ୟାଳୟ ପ୍ରଧାନୀଗୁଡାରେ ନ କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ବୋଲି ଅଞ୍ଚଳ ବାସୀ ତହସିଲଦାର ଦେବାଶିଷ କର ଙ୍କୁ ଲିଖିତ ଦେଇଥିଲେ ।

ଉକ୍ତ ବିଦ୍ୟାଳୟକୁ ନାରାୟଣପୁର ପଞ୍ଚାୟତ ର ବଡତୋଡ୍ରା ମୌଜା ଖାତା ନମ୍ବର, ପ୍ଲଟନମ୍ବର ୧୧୩ ରେ ପ୍ରାୟ ୩୨ ଏକର ଜମି ରହିଛି ଏହିଠାରେ ପ୍ରସ୍ତାବିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ କରାଗଲେ ଅଞ୍ଚଳର ଛାତ୍ର ଛାତ୍ରୀ ଉନ୍ନତମାନ ର ଶିକ୍ଷା ପାଇବେ ବୋଲି ଲିଖିତ କରି ଜିଲାପାଳ ସୋରାଜ କୁମାର ମିଶ୍ର ଙ୍କୁ ଦେଇଛନ୍ତି । ଏହାକୁ ନାରାୟଣପୁର ସରପଞ୍ଚ ବିଜୟ ଲକ୍ଷ୍ମୀ ତିମାକା, ସୁବାସ ତିମାକା, ନିର୍ମଳା କାଡ୍ରାକା, ଧନସିଂ ତିମାକା, ପ୍ରଶାନ୍ତ କୌଶଲ୍ୟା, କୁମାର ସ୍ୱାମୀ କୌଶଲ୍ୟା, ସିହେଚ ନଗେଶ୍ୱର ରାଓ, ତାରକେଶ୍ୱର ନିଶିକା ପ୍ରମୁଖ ଉପସ୍ଥିତ ରହି ଲିଖିତ ପତ୍ର ପ୍ରଦାନ କରିଛନ୍ତି ।