ବେଆଇନ କଫ୍‌ ସିରପ୍‌ ସହ ତିନି ଯୁବକ ଗିରଫ

0
245

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୧୭/୧୨) : ପୁଣି କଫ୍‌ ସିରପ୍‌ ମାଫିଆ ବଲାଙ୍ଗିର ଟାଉନ୍‌ ପୋଲିସ ହାତରେ ଧରାପଡ଼ିଛନ୍ତି । ବେଆଇନ କଫ୍‌ ସିରପ୍‌ ସହ ତିନି ଯୁବକ ଗିରଫ ।

ଏସ୍‌ଡିପିଓ ତୋଫାନ ବାଗଙ୍କ ସୂଚନା ଅନୁସାରେ ଗତ କାଲି ରାତି ୮ ଟା ୩୫ମି. ସମୟରେ ସ୍ଥାନୀୟ ବରପାଲିପଡ଼ା ରୁ ୨୦୪ ବୋତଲ ବେଆଇନ କଫ୍‌ ସିରପ୍‌ ସହ ହୋଣ୍ଡା ଏକ୍‌ଟିଭା ବାଇକ୍‌ (ନଂ.ଓଡ଼ି ୦୩ ଏସ୍‌ ୦୫୯୬), ୩ ଲିଟର ଲୁଜ୍‌ କଫ୍‌ ସିରପ୍‌ ରହିଥିବା ଏକ ଜାର୍‌ ସହ ନଗଦ ୬ ହଜାର ୬୨୫ ଟଙ୍କା ଟାଉନ୍‌ ପୋଲିସ୍‌ ଜବତ କରିବା ସହ ବିଭୂତିପଡ଼ା ର ସୁରଜ ମେହେର ଏବଂ ରାଜା ମେହେର ଓ ଇନ୍ଦିରାନଗର ର ସରୋଜ ବିଶିକୁ ଗିରଫ୍‌ କରିଛି ।

ତେବେ ଗତକାଲି ବଲାଙ୍ଗିର ପୋଲିସ କଫ୍‌ ସିରପ୍‌ ଚୋରା ଚାଲାଣ ମାମଲାରେ ୪ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଏବେ ପୁଣି ୩ ଜଣଙ୍କୁ ଆଜି କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଜାରି ରହିଛି । ପୋଲିସ ର ଏଭଳି ତନାଘନା ପଦକ୍ଷେପ ଯୋଗୁଁ କଫ୍‌ ସିରପ୍‌ ମାଫିଆଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବା ଚର୍ଚ୍ଚା ସହରର ଜୋର୍‌ ଧରିଛି ।