ଅଜଣା ଚିକିତ୍ସାଧୀନ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ପୋଲିସ

0
333

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର/ କଂଟାବାଂଜି, ତା(୧୮/୧୨) : ଜଣେ ଅଜଣା ଚିକିତ୍ସାଧୀନ ଅସହାୟ ବୃଦ୍ଧା କଣ୍ଟାବାଞ୍ଜି ସରକାରୀ ଚିକିତ୍ସିତ ଅବସ୍ଥାରେ ଭର୍ତ୍ତି ଥିବା ବେଳେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା ।

ଉକ୍ତ ଅଜଣା ଚିକିତ୍ସାଧୀନ ଅସହାୟ ବୃଦ୍ଧା ଙ୍କ ପରିଚୟ ମିଳିପାରି ନ ଥିବା ସହ କେହି ନ ଥିବାରୁ ପୋଲିସ ଉକ୍ତ ଶବ ଯଥାରୀତି କରିଥିବା ଜଣାଯାଇଛି । ‘ଯାହାର କେହି ନାହିିଁ, ତା’ ପାଇଁ ପୋଲିସ ଅଛି’ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରା ରେ ସ୍ମସାନ କୁ ନେଇ ଦାହ କରିଥିଲେ । ଏସ୍‌ଡ଼ିପିଓ ଡଃ. ହୃଷିକେଶ ମେହେର ତଥା ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଶବ ସତ୍କାର କରିଛନ୍ତି ।

ସୂଚନା ଅନୁସାରେ ଗତ ତିନି ଦିନ ତଳେ କଂଟାବାଞ୍ଜି ସରକାରୀ ଚିକିତ୍ସାଳୟ ରେ ଉକ୍ତ ଅଜଣା ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା । ଉକ୍ତ ଅଚିହ୍ନା ବୃଦ୍ଧାଙ୍କ ମୃତଦେହ କୁ ଉପଯୁକ୍ତ ସମ୍ମାନ ସହ ହିନ୍ଦୁ ଧର୍ମ ରୀତିନୀତି ଅନୁସାରେ କଂଟାବାଞ୍ଜି ଉପଖଣ୍ଡ ପୋଲିସ ଅଧିକାରୀ ଡଃ. ମେହେରଙ୍କ ତତ୍ତ୍ୱାବଧାନ ରେ ଥାନା ଅଧିକାରୀ ଏବଂ ଅନ୍ୟ ପୋଲିସ କର୍ମଚାରୀ ମୃତଦେହ କୁ କାନ୍ଧେଇ ସହର ମୁଖ୍ୟ ରାସ୍ତା ଦେଇ କଂଟାବାଞ୍ଜି ଶ୍ମଶାନ ଘାଟକୁ ନେଇ ଶବ ସତ୍କାର କରିଥିଲେ । ଏପରି ଉଦ୍ୟମ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।