କ୍ରାଇମବ୍ରାଞ୍ଚ ହାତରେ ରାଜ କୁନ୍ଦ୍ରାଙ୍କ ଘରର ଏକ ସର୍ଭର : ୭୦ଟି ପର୍ଣ୍ଣ ଭିଡିଓ ଜବତ

0
193

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ,(୨୨/୦୭) : ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲାରେ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢିବାରେ ଲାଗିଛି । ବର୍ତ୍ତମାନ କୁନ୍ଦ୍ରା ଏବଂ ତାଙ୍କ ଡାହାଣ ହାତ କୁହାଯାଉଥିବା ମୁଖ୍ୟ ଅଭିଯୁକ୍ତ ଉମେଶ କାମତ ପୋଲିସ ହେପାଜତରେ ଅଛନ୍ତି । ଏହି ମାମଲାର ଯାଞ୍ଚ କରୁଥିବା କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ରାଜ କୁନ୍ଦ୍ରାଙ୍କ ଘରର ଏକ ସର୍ଭର ଓ ଉମେଶ କାମତ ନିର୍ମାଣ କରିଥିବା ୭୦ ଟି ପର୍ଣ୍ଣ ଭିଡିଓ ।

କ୍ରାଇମବ୍ରାଞ୍ଚ ର ସୂଚନା ଅନୁସାରେ, ୟୁକେର ପ୍ରଯୋଜନା କମ୍ପାନୀ କେନରିନ୍‌କୁ ପଠାଯାଇଥିବା ଭିଡିଓ ବାବଦରେ ସେ କିଛି ଜାଣିନାହାଁନ୍ତି ବୋଲି କହିଛନ୍ତି ରାଜ କୁନ୍ଦ୍ରା । ତେବେ ତାଙ୍କ ଘରୁ ଜବତ ହୋଇଥିବା ସର୍ଭରକୁ ଫରେନସିକ୍ ଯାଞ୍ଚ ପାଇଁ ପଠାଯାଇଛି । ଏଥିରୁ ସ୍ପଷ୍ଟ ହେବ ଯେ, ୟୁକେ କମ୍ପାନୀକୁ ପଠାଯାଇଥିବା ଭିଡିଓ ଏହି ସର୍ଭରରୁ ପଠାଯାଇଛି ନା ଅନ୍ୟ କେଉଁ ସର୍ଭରରୁ ପଠାଯାଇଛି ।

ସେପଟେ ପଟରାଉଚରା ବେଳେ କିନ୍ତୁ ରାଜ ବାରମ୍ବାର କହିଆସୁଛନ୍ତି ଯେ, ସେ ପର୍ଣ୍ଣ ଫିଲ୍ମ ନିର୍ମାଣ କରୁନଥିଲେ ବରଂ ଅନ୍ୟ ଓ.ଟି.ଟି. ପ୍ଲାଟଫର୍ମରେ ଦେଖାଯାଉଥିବା ଯୌନ ଉଦ୍ଦୀପକ ଭିଡିଓ ତିଆରି କରୁଥିଲେ ।

କ୍ରାଇମବ୍ରାଞ୍ଚର ସୂଚନା ଅନୁସାରେ, ଜବତ ହୋଇଥିବା ଅଶ୍ଳୀଳ ଭିଡିଓ ଗୁଡିକ ଅଲଗା ଅଲଗା ପ୍ରଯୋଜନା ସଂସ୍ଥା ଦ୍ୱାରା ନିର୍ମାଣ କରାଯାଇଛି । ହଟ୍ ସଟ୍ ଆପ୍‌ରେ ଅପଲୋଡ୍ କରାଯାଇଥିବା ୨୦ରୁ ୩୦ ମିନିଟ୍ ଅବଧିର ୯୦ଟି ଭିଡିଓକୁ ଜବତ କରି ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ ।