ଆର୍ ଉଦୟ ଗିରି ଥାନା ତାଣ୍ଡରଙ୍ଗରେ ୧୦୫ ଏକର ଗଞ୍ଜେଇ ଚାଷ ନଷ୍ଟ

0
169

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୩/ ୧୨) : ଗଜପତି ଜିଲ୍ଲା ର ଆର୍ ଉଦୟ ଗିରି ଥାନା ଅନ୍ତର୍ଗତ ତଣ୍ଡ ରଙ୍ଗ ଅଞ୍ଚଳ ରେ ଜିଲ୍ଲା ପ୍ରଶାସନ ର ମିଳିତ ଟିମ ଦ୍ୱାରା ବ୍ୟାପକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ଜଣାପଡିଛି ।

ଖବର ନେବାରେ ଜଣାଯାଇଛି କି ଆର୍ ଉଦୟ ଗିରି ଥାନା ର ଟାଣ୍ଡ ରଙ୍ଗ ଅଞ୍ଚଳ ରେ ବେଆଇନ ଚୋରା ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ଜିଲ୍ଲା ପ୍ରଶାସନ ର ମିଳିତ ଟିମ ଉଦୟ ଗିରି ଥାନା ଅଧିକାରୀ ରବୀନ୍ଦ୍ର ପଣ୍ଡା ଓ ଆର ଉଦୟ ଗିରି ପୋଲିସ, ଅବକାରୀ ବିଭାଗ, ରାଜସ୍ବ ବିଭାଗ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ୧୦୫ ଏକର ଗଞ୍ଜେଇ ଗଛ କୁ କାଟି ପୋଡ଼ି ଦିଆ ଯାଇଛି । ଯାହାର ଆନୁମାନିକ ମୂଲ୍ୟ ୨୧ କୋଟି ହେବ ବୋଲି ଥାନା ଅଧିକାରୀ ରବୀନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।