ରାୟଗଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ର ବିଷମକଟକ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

0
199

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା, (୨୪/୧୨) : ଆଜି ରାୟଗଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ସଭାପତି ଶ୍ରୀ ଶିବ ପଟ୍ଟନାୟକ ଙ୍କ ନିର୍ଦ୍ଧେଶ କ୍ରମେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ସିଭାପତି ଶ୍ରୀ ଶ୍ୟାମ କୁମାର ଦାଶ ଙ୍କ ନେତୃତ୍ୱରେ ବିଷମକଟକ ବ୍ଲକରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛିଯାଇଛି ।

ରାୟଗଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ର ଏହି ସମ୍ବାଦିକ ସମ୍ମିଳନୀ ର ମୁଖ୍ୟ ଉଦ୍ଧେଶ୍ୟ ହଉଛି ବିଷମକଟକ ବିଭିନ୍ନ ପ୍ରକାର ଦୁର୍ନୀତି, ଅନିୟମିତତା ଯେପରି ସ୍ୱାସ୍ଥ୍ୟ ସେବାରେ ରକ୍ତ ଯୋଗେଇବା ପାଇଁ ଲାଞ୍ଚ ଦାବି କରିବା, ମେଡ଼ିସିନ ବଣ୍ଟନରେ ଅବହେଳା, ଡେଲିବେରୀ ସେବା, ମୃତ୍ୟୁ ପଞ୍ଜିକରଣ ପ୍ରମାଣପତ୍ର ପାଇଁ ଲାଞ୍ଚ ମାଗିବା, ଶିକ୍ଷା ବ୍ୟବସ୍ଥାରେ ଅବହେଳା, ଅଙ୍ଗନବାଡ଼ି ଖାଦ୍ୟ ବଣ୍ଟନ ପାଇଁ ପିସି ମାଗିବା, ନକଲି ଶିକ୍ଷକ ନିଯୁକ୍ତି, ପି.ଏମ. ସଡ଼କ ଯୋଜନାରେ ଅର୍ଥ ଲୁଟ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ଦୁର୍ନୀତିରେ ଗରିବ ନିରୀହ ଲୋକଙ୍କ ସହ ଅତ୍ୟାଚାର କରିବା, ସ୍ତ୍ରୀଟ ଲାଇଟ, ବୁଦ୍ୟୁତ ସଂଯୋଗ ରେ ଅବହେଳା, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ସଠିକ ଭାବରେ ନ ଯୋଗେଇବା, ସରକାରୀ ଅଧିକାରୀଙ୍କ ସହଯୋଗରେ ସରକାରୀ ଜାଗା ବିଜେଡ଼ି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଯୋଗେଇବା, ଅଞ୍ଚଳ ର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ଏ.ଇ, ଯେ.ଇ ଙ୍କ ମାନମୁଖୀ କାର୍ଯ୍ୟ ଆଦି ସମସ୍ୟାକୁ ନେଇ ଉଭୟ ଶାସକ ଦଳ ନେତା ଏବଂ ସରକାରୀ ଅଧିକାରୀଙ୍କ ଉପରେ ଶ୍ରୀ ଶ୍ୟାମ ଦାଶ ଦୃଢ଼ ନିନ୍ଦା କରି ଗର୍ଜିଲେ ।820004fa 1d39 41ae b347 145d6f5e96f8 ରାୟଗଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ର ବିଷମକଟକ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ବିଜେଡ଼ି ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ବିଜେଡି ଜ଼ିଲ୍ଲା ସଭାପତି ସୁଧୀର ଦାଶ ଙ୍କ ନିଜ ଜାଗାରେ ପ୍ରଶାସନ ଦୁର୍ନୀତି କରିବା ଜାହା ନିନ୍ଦନୀୟ ବୋଲି ଟାର୍ଗେଟ କରି କହିଛନ୍ତି ସଭାପତି ଶ୍ୟାମ ଦାଶ । ଆଗାମୀ ଦିନରେ ଏ ସବୁ ସମସ୍ୟା ର ସମାଧାନ ପାଇଁ ଜିଲ୍ଲା ଯୁବ ମୋର୍ଚ୍ଚା ରାଜ ରାସ୍ତାକୁ ଓଲ୍ହାଇବାକୁ ମାଧ୍ୟ ପଛ ଘୁଞ୍ଚା ଦେବେନି ବୋଲି ଚେତାବନୀ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶ୍ୟାମ କୁମାର ଦାଶଙ୍କ ସମେତ ଜିଲ୍ଲା ଉପସଭାପତି କୃଷ୍ଣ ପଣ୍ଡା,ସମ୍ପାଦିକା ସୁଶୀଳା ସାରଫ, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଗୌତମ ଉଲ୍ଲକା,ଲାଲା ମହାନ୍ତି,ମଣ୍ଡଳ ସଭାପତି ରୋହିତ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ ।