ବାସହୀନ ଓ ନିରାଶ୍ରୟ ଙ୍କ ପାଇଁ ” ଆଶ୍ରୟ”ରେ ରାତ୍ରି ଜାପନ କରିବା ଲାଗି ବ୍ୟବସ୍ଥା କଲା ପ୍ରଶାସନ

0
185

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୨୬/୧୨) : “ଆଶ୍ରୟ ” SUH(VJSS) ପକ୍ଷରୁ ଶୀତୁଆ ରାତିରେ ଖୋଲା ଆକାଶ ତଳେ ବା ବିପଦ ସଙ୍କୁଳ ସ୍ଥାନରେ ରାତ୍ରୀ ଯାପନ କରୁଥିବା ବାସହୀନ ଓ ନିରାଶ୍ରୟ ଙ୍କ ସୁଖ ରାତ୍ରୀ ଯାପନ ନିମନ୍ତେ ଉଦ୍ଧିଷ୍ଟ ଆଶ୍ରୟ ସ୍ଥଳ ରେ ବିନା ମୂଲ୍ୟରେ ରହିବାର ସମସ୍ତ ବ୍ୟବସ୍ଥା ରହିଛି |fa3a8b4f d654 4c88 8f65 b9b521a3cee8 ବାସହୀନ ଓ ନିରାଶ୍ରୟ ଙ୍କ ପାଇଁ " ଆଶ୍ରୟ"ରେ ରାତ୍ରି ଜାପନ କରିବା ଲାଗି ବ୍ୟବସ୍ଥା କଲା ପ୍ରଶାସନ

ବାସହୀନ ଓ ନିରାଶ୍ରୟ ଙ୍କ ପାଇଁ ରାଜ୍ଯ ସରକାର ଓ ଜିଲ୍ଲା ପ୍ରଶାସନ ଙ୍କ ନିର୍ଦ୍ଦେଶ ତଥା ନିର୍ବାହୀ ଅଧିକାରୀ, ବିଜ୍ଞାପିତ ଅଞ୍ଚଳ ପରିଷଦ, ବୌଦ୍ଧ ଗଡ ଙ୍କ ପରାମର୍ଶ କ୍ରମେ ଆଶ୍ରୟ ସାଥୀ ସମୀର ଦିଗଲ ଙ୍କ ସହ ପରିଚାଳକ କୃପାସିନ୍ଧୁ ଷଡଙ୍ଗୀ ଡାକ ବାଜୀ ଜନ୍ତ୍ର ମାଧ୍ୟମରେ ସହରାଞ୍ଚଳ ଜନସାଧାରଣ ଓ PCR ବନ୍ଧୁମାନଙ୍କୁ ସଚେତନ କରାଇବା ସହିତ ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ଅନୁରୋଧ କରିଛନ୍ତି l ଆଶ୍ରୟ ସ୍ଥଳ ପକ୍ଷ୍ୟରୁ ଦୈନିକ ରାତି ୧୧.୦୦ ଟା ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ / ବ୍ରିଜ ଛକ ଠାରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି l

ଗତ ଦୁଇ ସପ୍ତାହ ମଧ୍ୟରେ ୨୩ ଜଣ ବ୍ଯକ୍ତିଙ୍କୁ ଉଦ୍ଧାର କରିବା ସହ ଆବଶ୍ୟକ ସୁବିଧା ଯୋଗାଇ ଦିଆଯାଇଛି l ଦୈନିକ ମହିଳା, ପୁରୁଷ ଓ ଶିଶୁ ମିଶି ୧୫-୨୫ ଜଣ ଆଶ୍ରୟ ସ୍ଥଳ ର ସୁବିଧା ସୁଯୋଗ ଲାଭ କରିବା ସହ ନିଜର ଖୁସି ବ୍ୟକ୍ତ କରିଛନ୍ତି