ବିନିକା ଠାରେ ଚେକିଂ ବେଳେ ବୁଲେଟ ଡିକିରୁ ମିଳିଲା ୧ ଲକ୍ଷ ୯୫ ହଜାର ଟଙ୍କା

0
60
ବିନିକା

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୮/୦୪) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ମିଶ୍ର ପାଲି ଛକରେ ସାଧାରଣ ନିର୍ବାଚନ ପାଇଁ ବିନିକା ଅତିରିକ୍ତ ତହସିଲଦାର ଦୟାରାମ ମେହେରଙ୍କ ନେତୃତ୍ୱରେ ଏସଏସଟି (SST) ଟିମ୍ ଗାଡ଼ି ମଟର କଡାକଡି ଯାଞ୍ଚ ଚାଲିଥିବା ସମୟରେ ଓଡି ୩୧ଏମ-୧୨୭୪ କଳା ରଙ୍ଗର ବୁଲେଟ ବାଇକ ଡିକିରୁ ୧ ଲକ୍ଷ ୯୫ ହଜାର ଟଙ୍କାକୁ ଷ୍ଟାଟିକ ସର୍ଭିଲାଂଶ ଟିମ୍ ଜବତ କରିଛନ୍ତି ।

ବୁଲେଟ ଚାଳକ ଉଲୁଣ୍ଡା ଥାନା ହିଙ୍ଗମା ଗାଁର ବସନ୍ତ ପର୍ଡିଆ ଟଙ୍କାର ସମସ୍ତ ପ୍ରମାଣ ଦେବାରେ ଅସମର୍ଥ ହେବାରୁ ଟଙ୍କା ଜଵତ କରି ଟ୍ରେଜେରୀ ଜମା କରାଯିବା ସହ ଜିଲ୍ଲା କମିଟି ରେ ଟଙ୍କା ର ପ୍ରମାଣ ଦାଖଲ କରି ଜିଲ୍ଳା କମିଟି ବିଚାର କରିବେ ବୋଲି ବିନିକା ଅତିରିକ୍ତ ତହସିଲଦାର ଶ୍ରୀ ମେହେର ପ୍ରକାଶ କରିଛନ୍ତି। ତେବେ ଏଇ ଟଙ୍କା ଗଣେଶ ଅଗ୍ରୱାଲଙ୍କ ପାଖରୁ ଆଣି ବିନିକା କୁହିବାହାଲକୁ ଯାଉଥିବା ଵାଇକ ଚାଲକ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଗତ ୬ ତାରିଖରେ ବିନିକା କଲେଜ ଛକରେ ପୁଲିସ ନାକାବନ୍ଦି କରି ଗାଡ଼ି ମଟର କଡାକଡି ଯାଞ୍ଚ କରୁଥିବା ସମୟରେ ୫୫ ଲକ୍ଷ ୨୦ ହଜାର ଟଙ୍କା ମଧ୍ୟ ଜବତ କରିବା ସହିତ ବିନିକା ପୁଲିସକୁ ବଡ ସଫଳତା ମିଳିଥିଲା I